ମାନବବାଦର ଅନନ୍ୟ ପ୍ରବକ୍ତା ଭୀମ ଭୋଇ
ସୁରଥ କୁମାର ରାଉତ
ମାନବବାଦର ଅନନ୍ୟ ପ୍ରବକ୍ତା
ସନ୍ଥକବି ଭୀମ ଭୋଇ
ମହିମା ଧର୍ମରେ ଦୀକ୍ଷିତ କରିଲେ
ପ୍ରଭୁ ମହିମା ଗୋସାଇଁ।
ଅଷ୍ଟାଦଶ ଶହ ପଚାଶ ମସିହା
ବୈଶାଖ ପୂର୍ଣ୍ଣିମୀ ଦିନ
ସମ୍ବଲପୁର ର ରେଢାଖୋଲ ସ୍ଥିତ
କନ୍ଧରା ଗ୍ରାମରେ ଜନ୍ମ।
ବାଲ୍ୟକାଳେ କବି ବହୁ ଦୁଃଖ କଷ୍ଟେ
ନିଜ ଗ୍ରାମେ ଚଳୁଥିଲେ
ବସନ୍ତ ରୋଗରେ ପୀଡିତ ହୋଇ ସେ
ଦୃଷ୍ଟି ଶକ୍ତି ହରାଇଲେ।
ପରିବାର ଠାରୁ ହୋଇ ଉପେକ୍ଷିତ
ରେଢାଖୋଲ କୁ ଆସିଲେ
ମହିମାସ୍ବାମୀଙ୍କ ସଂପର୍କରେ ଆସି
ଧର୍ମ ପ୍ରଚାର କରିଲେ।
ପ୍ରତିଭା ବଳରେ ସ୍ବତନ୍ତ୍ର ଶୈଳୀରେ
ଲେଖିଲେ କବିତାମାନ
ସେହି କବିତା ଯେ ସମାଜକୁ ଦେଲା
ନୂତନ ଦିଗଦର୍ଶନ ।
“ସ୍ମୃତି ଚିନ୍ତାମଣି” “ଆଦି ଅନ୍ତଗୀତା”
“ବ୍ରହ୍ମ ନିରୂପଣ ଗୀତା”
“ନିର୍ବେଧ ସାଧନା”ଭଜନ ସହିତ
“ଅଷ୍ଟ ବିହାରୀର ଗୀତା।
ଶହେରୁ ଅଧିକ ପୁସ୍ତକ ସହିତ
ଚଉତିସା ଗ୍ରନ୍ଥମାଳା
ଅନେକ ଭଜନ,ଜଣାଣ ସହିତ
ଲେଖିଲେ “ଭଜନମାଳା”।
ଏକାଧାର ରେ ସେ କବି,ତତ୍ତ୍ବଦର୍ଶୀ
କର୍ମଯୋଗୀ ସଂସ୍କାରକ
ସାମ୍ୟବାଦ ଆଉ ମାନବବାଦୀର
ମୂର୍ତ୍ତିମନ୍ତ୍ରର ପ୍ରତୀକ॥