ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହଟଗୋଳ ମଧ୍ୟରେ ଶେଷ ହେଲା ତୃତୀୟ ପର୍ଯ୍ଯାୟ ପଞ୍ଚାୟତ ସମିତି ବୈଠକ 

ବାଲେଶ୍ବର,୧୮/୫/୨୨- ବାଲେଶ୍ବର ଜିଲ୍ଲା ଖଇରା ପଞ୍ଚାୟତ ସମିତିର ତୃତୀୟ ସାଧାରଣ ବୈଠକ ବ୍ଲକ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିପିଓ ଦାୟିତ୍ୱରେ ଥିବା ସାଲିମା ରାଉତ ସ୍ବାଗତ ଭାଷଣ ଦେଇ ସଭାକାର୍ଯ୍ଯ ଆରମ୍ଭ କରିଥିଲେ । ଅଧ୍ଯକ୍ଷା ଅଭିଲିପ୍ସା ସାହୁ ଅଧ୍ଯକ୍ଷତା କରିଥିବା ବେଳେ ବିଡିଓ ପର୍ଶୁରାମ ପଣ୍ଡା ସଭା ପରିଚାଳନା କରିଥିଲେ । ଏଥିରେ ସ୍ଥାନୀୟ ବିଧାୟକ ତଥା ପର୍ଯ୍ଯଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିର୍ବାଚିତ ସମସ୍ତ ସଦସ୍ୟ /ସଦସ୍ୟା ମାନଙ୍କ ସହିତ ପରିଚୟ ଆଦାନ ପ୍ରଦାନ କରିଥିଲେ । ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦେଇ ଗୃହରେ ଶାନ୍ତି ରକ୍ଷା କରି ସଭା ପରିଚାଳନା କରିବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ମନ୍ତ୍ରୀ ଓ ସାଂସଦଙ୍କର ଅନ୍ୟତ୍ର ସରକାରୀ ପ୍ରୋଗ୍ରାମ ଥିବାରୁ ବୈଠକ ଶେଷ ପର୍ଯ୍ୟନ୍ତ ରହିପାରି ନଥିଲେ । ପ୍ରଥମେ ସାମାଜିକ ମଙ୍ଗଳ ଓ ସୁରକ୍ଷା, ମନରେଗା କାର୍ଯ୍ୟ, ଓଡିଶା ଜୀବିକା ମିଶନ, ପଞ୍ଚମ ରାଜ୍ୟ ଅର୍ଥ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ମହିଳା ଓ ଶିଶୁ ବିକାଶ ଯୋଜନା, ପାନୀୟ ଜଳ ଓ ପରିମଳ, କୃଷି, ଉଦ୍ଯାନ, ମତ୍ସ୍ୟ ଓ ପଶୁପାଳନ ଭଳି ୯ ଗୋଟି ବିଷୟରେ ଆଲୋଚନା କରାଯାଇଥିଲା । ଉକ୍ତ ଆଲୋଚନା ବେଳେ ୩ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ଗଜେନ୍ଦ୍ର ପ୍ରସାଦ ଦାସ ଗୃହରେ ପ୍ରଶ୍ନ ପଚାରୁ ଥିବା ବେଳେ ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡା ଗୃହରେ ଜିଲ୍ଲା ପରିଷଦଙ୍କର ପ୍ରଶ୍ନ ପଚାରିବାର ଅଧିକାର ନାହିଁ ବୋଲି ପ୍ରକାଶ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏଥିପାଇଁ ଗୃହରେ ପ୍ରାୟ ଅଧଘଣ୍ଟା ଧରି ଅଚଳାବସ୍ଥା ଲାଗି ରହିଥିଲା । ଶେଷରେ ଅଧ୍ଯକ୍ଷା ଶ୍ରୀମତୀ ସାହୁଙ୍କ ହସ୍ତକ୍ଷେପ ପରେ ପୁନର୍ବାର ସଭା କାର୍ଯ୍ୟ ଶୃଙ୍ଖଳାର ସହିତ ଆରମ୍ଭ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ତହସିଲଦାର ଗଦାଧର ସେଠୀ, ସହକାରୀ ଯନ୍ତ୍ରୀ, ମନ୍ତ୍ରୀଙ୍କ ପ୍ରତିନିଧି କରୁଣାକର ଜେନା, ସାଂସଦଙ୍କ ପ୍ରତିନିଧି ଜୟନ୍ତ କୁମାର ରାଉତ, ୩ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ଗଜେନ୍ଦ୍ର ପରିଡା, ୪ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା, ୫ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ମାନସ ଦାସ, ୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ସୁଷମା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବ୍ଲକର ମୋଟ ୩୭ ଗୋଟି ପଞ୍ଚାୟତରୁ ନିର୍ବାଚିତ ସଭ୍ଯ/ସଭ୍ଯା ମାନେ ଯୋଗଦେଇ ଅଂଶ ଗ୍ରହଣ କରିଥିଲେ । ନିର୍ବାଚିତ ପ୍ରତିନିଧି ମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀ ମାନେ । ପ୍ରକାଶ ଥାଉକି ଆରମ୍ଭରୁ ଯେପରି ଭାବରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା, ବୈଠକ ଶେଷ ହେବା ନେଇ ସନ୍ଦେହ ପ୍ରକାଶ ପାଇଥିଲା । କିନ୍ତୁ ଅଧ୍ଯକ୍ଷାଙ୍କ ହସ୍ତକ୍ଷେପ ପବିତ୍ର ଗୃହର ମର୍ଯ୍ୟାଦା ରକ୍ଷା କରିଥିଲା । ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟ/ସଦସ୍ୟା ମାନେ ଅଧ୍ଯକ୍ଷାଙ୍କ ହସ୍ତକ୍ଷେପକୁ ସମ୍ମାନ ଦେବାରୁ ଶାନ୍ତି ଶୃଙ୍ଖଳାର ସହିତ ବୈଠକ ଶେଷ ହୋଇଥିଲା । ହେଲେ ବାରମ୍ବାର ବାରମ୍ବାର ବିଦ୍ଯୁତ୍ ବିଭ୍ରାଟ ପାଇଁ ସଭା ଗୃହରେ ସମସ୍ତ ଉପସ୍ଥିତ ସଦସ୍ୟ/ସଦସ୍ୟା ମାନେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସାମାଜିକ ସୁରକ୍ଷା ଯୋଜନା କାହା ପାଇଁ?

Sunil Chandra Nayak

ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ମେରକାପଙ୍କ ଦିନିକିଆ ରାୟଗଡା ଗସ୍ତ

Sunil Chandra Nayak

ନିର୍ବାଚନ ହିଂସା , ସରପଞ୍ଚ ପ୍ରାର୍ଥୀ ଙ୍କୁ ଆକ୍ରମଣ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort