ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛ ଚାଷ (କେଜ୍ ଫିସ୍ କଲ୍ଚର) ଏକ ସଫଳ ମଡେଲ୍ ଏବଂ ଏହା ଖୁବ୍ ଶିଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ ବହୁପରିମାଣରେ ବୃଦ୍ଧି କରିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ସଂପୃକ୍ତ ଅଞ୍ଚଳର କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚସ୍ତରୀୟ ସମୀକ୍ଷାପରେ ଶ୍ରୀ ମହାପାତ୍ର ଏହା କହିଛନ୍ତି। ମୁଖ୍ୟ ଶାସନ ସଚିବ ହୀରାକୁଦ ଜଳଭଣ୍ଡାରରେ ସ୍ଥାପିତ କେଜ୍ ଗୁଡିକରେ ମାଛଚାଷ ସ୍ଥିତି ଅନୁଧ୍ୟାନ କରିବା ସହ ମାଛଚାଷୀ, ଉଦ୍ୟୋଗୀ ଏବଂ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ମହାପାତ୍ର କମନ୍ ଫେସିଲିଟି ସେଣ୍ଟର, ପରୀକ୍ଷାଗାର ଏବଂ ମାଛ ପହୁଞ୍ଚାଣ ନିମନ୍ତେ ଭାସମାନ ଜେଟ୍ଟି ଆଦି ଭିତ୍ତିଭୂମିକୁ ଶିଘ୍ର କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କେଜ୍-ଫିସ୍-କଲ୍ଚର ବିକାଶ ନିମନ୍ତେ ସରକାର ଆବଶ୍ୟକୀୟ ଭିତ୍ତିଭୂମି ଓ ସହଯୋଗ ଯୋଗାଇଦେବେ ବୋଲି ଶ୍ରୀ ମହାପାତ୍ର ଉଦ୍ୟୋଗୀମାନଙ୍କୁ ପ୍ରତିଶୃତି ଦେଇଥିଲେ। କମନ୍ ଫେସିଲିଟି ସେଣ୍ଟରରେ ଚାଷୀମାନେ କେଜରୁ ମାଛ ଧରି ବିପଣୀ ନିମନ୍ତେ ବର୍ଗୀକରଣ, ଓଜନ, ଓ ପ୍ରସ୍ତୁତ କରିପାରିବେ। ଏଠାରେ ଚାଷୀମାନଙ୍କ ପାଇଁ ପାଣି, ବିଦ୍ୟୁତ, ପରିଚ୍ଛନ୍ନତା ଓ ଶୌଚାଳୟ ଆଦିର ବ୍ୟବସ୍ଥା ରହିବ।
ଵିଦ୍ୟାଧର ସାହୁଙ୍କ ରିପୋର୍ଟ…