ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣାଠାରେ ‘ବର୍ଜ୍ୟବସ୍ତୁ ପରିଚାଳନା ମାଧ୍ୟମରେ ଚକ୍ରୀୟ ଅର୍ଥନୀତିର ପ୍ରୋତ୍ସାହନ’ ପ୍ରକଳ୍ପର ଶୁଭାରମ୍ଭ

ଭବାନୀପାଟଣାଠାରେ ‘ବର୍ଜ୍ୟବସ୍ତୁ ପରିଚାଳନା ମାଧ୍ୟମରେ ଚକ୍ରୀୟ ଅର୍ଥନୀତିର ପ୍ରୋତ୍ସାହନ’ ପ୍ରକଳ୍ପର ଶୁଭାରମ୍ଭ   

ଭବାନୀପାଟଣା, ୨୬ ନଭେମ୍ବର ୨୦୨୬: ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (DUDA), କଳାହାଣ୍ଡି ଏବଂ ଭବାନୀପାଟଣା ପୌରପାଳିକାର ମିଳିତ ସମନ୍ୱୟ ତଥା TPWODL ର CSR ସହାୟତାରେ ଅଗ୍ରଣୀ ସଂସ୍ଥା Trust of People (ToP) ପକ୍ଷରୁ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ‘ବର୍ଜ୍ୟବସ୍ତୁ ପରିଚାଳନା ମାଧ୍ୟମରେ ଚକ୍ରୀୟ ଅର୍ଥନୀତିର ପ୍ରୋତ୍ସାହନ’ (Promotion of Circular Economy through Waste Management) ଶୀର୍ଷକ ଏକ ଉଦଘାଟନୀ ତଥା ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।   

ଏହି ବୈଠକରେ କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ, ଡୁଡା ତନ୍ମୟ କୁମାର ଦରୱାନ ଏବଂ ଭବାନୀପାଟଣା ଉପଜିଲ୍ଲାପାଳ ତଥା ପୌରପାଳିକା ନିର୍ବାହୀ ଅଧିକାରୀ ଆସିନି ଏ ଏଲ ଯୋଗ ଦେଇ ସହରାଞ୍ଚଳର ବର୍ଜ୍ୟବସ୍ତୁର ବୈଜ୍ଞାନିକ ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ବର୍ଜ୍ୟବସ୍ତୁକୁ କେବଳ ଅଳିଆ ଭାବେ ନଦେଖି, ସେଥିରୁ ଉନ୍ନତ ମାନର ଜୈବିକ ଖତ ବା ସଏଲ୍ କଣ୍ଡିସନର୍ (Soil Conditioner) ପ୍ରସ୍ତୁତ କରି କିପରି ପରିବେଶ ସୁରକ୍ଷା ସହ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରାଯାଇପାରିବ, ସେ ନେଇ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ Trust of People ର କଣ୍ଟ୍ରି ହେଡ୍ ଶ୍ରୀ ଅଭିଷେକ ଚୌଧୁରୀ ଏବଂ ପ୍ରକଳ୍ପ ପରିଚାଳକ ଶ୍ରୀ ତପନ କୁମାର ଜେନା PPT ଓ ଭିଡିଓ ମାଧ୍ୟମରେ ପ୍ରକଳ୍ପର ରୂପରେଖ, co-composting ପ୍ରକ୍ରିୟା ଏବଂ ଆଗାମୀ କାର୍ଯ୍ୟଖସଡ଼ା ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ। TPWODL ର CSR ଟିମ୍ ଏହି ପ୍ରକଳ୍ପ ପାଇଁ ସଂସ୍ଥାର ସାମାଜିକ ଦାୟିତ୍ୱବୋଧ (CSR) ଦୃଷ୍ଟିକୋଣ ସମ୍ପର୍କରେ ଆଲୋକପାତ କରିଥିଲେ।   ଏହି ଅବସରରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଉଦ୍ୟାନ କୃଷି ବିଭାଗର ଉପ-ନିର୍ଦ୍ଦେଶକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଟି ପି ଡ଼ବ୍ଲୁ ଓ ଏଲ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରସ୍ତୁତ ହେଉଥିବା ଜୈବିକ ଖତର ଗୁଣବତ୍ତା ପରୀକ୍ଷା, ଚାଷୀମାନଙ୍କ ମଧ୍ୟରେ ଏହାର ବ୍ୟବହାର ଏବଂ ବନୀକରଣ ଓ ନର୍ସରୀ କାର୍ଯ୍ୟରେ ଏହାର ଉପଯୋଗିତା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଖୋଲା ଆଲୋଚନାରେ ନିଷ୍ପତ୍ତି ନିଆଯାଇଥିଲା।   

ଶେଷରେ Trust of People ଓ DUDA ପକ୍ଷରୁ ସମସ୍ତ ଅତିଥି ଓ ବିଭାଗୀୟ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାରେ ନୂତନ ଓ ଯୁବ ଭୋଟରଙ୍କ ପଞ୍ଜୀକରଣ ପାଇଁ ଅଭିଯାନ ,ମହାବିଦ୍ୟାଳୟ ସ୍ତରରେ ସଚେତନତା ,ତତକ୍ଷଣାତ ପଞ୍ଜୀକରଣ ପାଇଁ ବ୍ୟବସ୍ଥା 

masiha

ଭାରସାମ୍ୟ ହରାଇ ରାସ୍ତାର ୨୦ ଫୁଟ ତଳକୁ ଖସି ରେଳ ଧାରଣା ଉପରେ ଟ୍ରକ/ ଡ୍ରାଇଭର ଗୁରୁତର

ପୋଲ ଭୁଶୁଡ଼ିଲା , ବାହ୍ୟ ଜଗତ ରୁ ବିଚ୍ଛିନ୍ନ ସିଙ୍ଗମିଲା ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!