ମ, ରାମପୁର,୨୯/୫(ମସୀହା):– କଳାହାଣ୍ଡି ଜିଲ୍ଲା ମ,ରାମପୁର ଥାନା ଅଂଚଳର ଜଣେ ନାବାଳିକା ଛାତ୍ରୀଙ୍କୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବେରିଙ୍ଗିଆ ଗାଁ ବେନିଆ ପଡ଼ାର ଅନନ୍ତ ମଲ୍ଲିକ ନାମକ ଯୁବକ ଜଣେ ୧୪ ବର୍ଷର ନାବିକା ଛାତ୍ରୀଙ୍କୁ ଗତ ଶୁକ୍ରବାର ଦିନ ଅପହରଣ କରି ନିଜ ଘରେ ନେଇ ରଖିଥିଲେ l ଉକ୍ତ ଛାତ୍ରୀଙ୍କ ପରିବାର ଲୋକ କୌଣସି ସୂତ୍ରରୁ ଖବର ପାଇ ମ. ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିତ୍ତି କରି ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଦଳ ଯୁବକଙ୍କ ଘରେ ପହଞ୍ଚି ଛାତ୍ରୀଙ୍କୁ ସେଠାରୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଆଣିଥିଲେ l ପରେ ଅଭିଯୁକ୍ତ ଙ୍କର କୋଭିଡ ପରୀକ୍ଷା କରି କେଶ ନଂ ୨୨/୧୩୫ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି l ଏଠାରେ ସୂଚନା ଥଉକି ଏହି ଅଭିଯୁକ୍ତଙ୍କ ବିରୋଧରେ ବାଇକ୍ ଚୋରି ମାମଲା ମଧ୍ୟ ଆଗରୁ ମ.ରାମପୁର ଥାନାରେ ରହିଥିବା ପୁଲିସ ସୂତ୍ରରୁ ଜଣା ଯାଇଛି l
ମ. ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ୍ l