ଢେଙ୍କାନାଳ: ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ ଚାଇଁପୂର ମଣି ଦେବୀ ହାଇସ୍କୁଲ ଟି ରାଜ୍ୟ ସରକାରଙ୍କ ୫ଟି ଅନ୍ତର୍ଭୁକ୍ତ ଅଟେ। ସ୍କୁଲ ର ସୋନ୍ଦର୍ଯ୍ୟ କରଣ ସାଙ୍ଗକୁ ବିଦ୍ୟାଳୟ ର ଶ୍ରେଣୀ ଗୃହ, ଶୌଚାଳୟ ନିର୍ମାଣ, ପାଚେରୀ ନିର୍ମାଣ ଆଦି ଅନ୍ତର୍ଭୁକ୍ତ ବାବଦ କୁ ୩୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ପୂର୍ବ ରୁ ଏଠି ନିର୍ମିତ ପାଚେରି ଟି ଭାଙ୍ଗି ଯାଇଥିବାରୁ ଅଂଚଳ ବାସୀ ଏହାର ବିରୋଧ କରିଥିଲେ। ଫଳ ରେ ଦ୍ଵିତୀୟ ବାର ଏଠି ସ୍କୁଲ ପାଚେରି ନିର୍ମାଣ କାର୍ଯ୍ୟ ନିମିତ୍ତ ମିଳିଥିବା ଅନୁମତି ବଳ ରେ କାର୍ଯ୍ୟ ଆରମ୍ଭ ହୋଇଥିଲା, କିନ୍ତୁ ଦୁଃଖ ର ବିଷୟ ଏ ଥର ମଧ୍ୟ ପାଚେରୀ କାନ୍ଥ ଭୁଶୁଡ଼ି ପଡ଼ୁଚି। ଛାତ୍ର ଛାତ୍ରୀ ଙ୍କ ଜୀବନ ସହ ଠିକାଦାର ମାନେ ଖେଳ ଖେଳିଛନ୍ତି । ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏସବୁ ହେଉଅଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।
ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍