ସାବିତ୍ରୀ ବ୍ରତ
ସାବିତ୍ରୀ ବ୍ରତ ଆସିଛି ବୋଲି
ଘରେ ଘରେ ପଡେ ଭାଳେଣି
କେମିତି ମନ ମହିବେ
ସାବିତ୍ରୀ ଙ୍କ ମନ ଜାଣି
ସତ୍ୟବାନ ମାନଙ୍କ ମୁଣ୍ଡ
ଘୁରେଇବାରେ ଲାଗିଲାଣି
କେଉଁଠୁ ଆଣିବେ ଟଙ୍କା
ନଚେତ ମନ ହୋଇଯିବ ବଙ୍କା
ମାର୍କେଟ କୁ ଗଲକ୍ଷଣି
ଜର ଆସିଯାଉଛି ପୁଣି
କାରବାଇଟ ଦିଆ ଫଳ
ଦେଖିଲେ ଲାଗୁଛି ଡର
ଯାହାକୁ ଦେଖିବ ଦେଖ
ସମସ୍ତେ ତ ବଡ ରୁକ୍ଷ୍ୟ
ହାତ ମାରିଦେଲେ ସକ ଲାଗୁଛି
ସତେ, ଟାଟିଲା ଲୁହାର ଚେଙ୍କ
ମାଆଲୋ, ବାପ, ଫଳ.ମାନଙ୍କ
ଭାଉକୁ ଭଲିକି ଦେଖ
ସାବିତ୍ରୀ ମାତା ଙ୍କ ପଦେ ପ୍ରଣାମ
ଭଲରେ କାଟି ଦିଅ ଏ ଦିନ
ଶାନ୍ତ ରଖ ଘରବାଲିଙ୍କ ମତି
ନହେଉ ଝଗଡା ମିଳୁ ଟିକିଏ ଶାନ୍ତି
ଶ୍ରୀମତି ମିନତୀ ମିଶ୍ର
ଦୋଳମଣ୍ଡପ ସାହି
ପୁରୀ