ନୂଆପଡା: ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ର ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କୋମନା ବ୍ଲକ ନୂଆଗାଁ ପଂଚାୟତ ର ବିଭିନ୍ନ ଗାଁ ରେ ଅଦିନିଆ ଲଗାଣ ଲଘୁଚାପଜନିତ ପ୍ରବଳ ବର୍ଷା ରେ କ୍ଷତିଗ୍ରସ୍ତ ଚାଷୀ ଙ୍କ ଚାଷ ଜମି ବୁଲି ସରଜମିନ ତଦନ୍ତ କରିଥିଲେ।ଏହି ବର୍ଷା ରେ ଡାଲି ଜାତୀୟ ଫସଲ ଯଥା ମୁଗ,ଚଣା, ପିଆଜ,ପନିପରିବା ବ୍ୟାପକ ମାତ୍ରାରେ କ୍ଷତି ଗ୍ରସ୍ତ ହୋଇଛି।ବର୍ଷା ଦିନ ଭଳି ଜମିରେ ଆଣ୍ଠୁଏ ପାଣି ମାଡ଼ି ଚାଲିଛି।ଚାଷୀ ଙ୍କ ଉପର ବର୍ଣ୍ଣିତ ସମସ୍ତ ଫସଲ ଆଉ ହେବାର ପ୍ରାୟ ସମ୍ଭାବନା ନାହିଁ।ଗତ ଖରିଫରେ ଏ ଅଞ୍ଚଳର ଚାଷୀ ଙ୍କ ମରୁଡି ଜନିତ କ୍ଷୟ କ୍ଷତି ହୋଇଥିବା ବେଳେ ଚାଷୀ ରବି ଫସଲ ରେ କିଛି ଭରଣା କରିବା ଆଶା ରଖିଥିଲେ।କିନ୍ତୁ ଚାଷୀ ଙ୍କ ଆଶା ଘୋର ନିରାଶା ରେ ପରିଣତ ହୋଇଛି।ଜିଲ୍ଲା ପ୍ରଶାସନ ତୁରନ୍ତ କୃଷି ବିଭାଗ,ଉଦ୍ୟାନ ବିଭାଗ,ରାଜସ୍ୱ ବିଭାଗ ର ପ୍ରତ୍ୟେକ ବ୍ଲକ୍ ରେ ଟିମ ତିଆରି କରି କ୍ଷୟ କ୍ଷତି ର ଆକଳନ କରାଯାଉ,ଓଡ଼ିଶା ରିଲିଫ କୋଡ଼ ମୁତାବକ ଚାଷୀ କୁ କ୍ଷୟକ୍ଷତି ସହାୟତା ଓ ଇନପୁଟ ସବ୍ସିଡି ପ୍ରଦାନ କରାଯାଉ ବୋଲି ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ର ଆବାହକ ଶ୍ରୀ ପାଣିଗ୍ରାହୀ ଦାବୀ କରିଛନ୍ତି।ନଚେତ ଆଗ।ମୀ ଦିନରେ ପରିଷଦ ତରଫରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post