ଥୁଆମୂଳ ରାମପୁର ୩୦/୫- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ଗୋପାଳପୁର ଗ୍ରାମପଞ୍ଚାୟତ ନିକସ୍ଥ ଭାରତ କେନ୍ଦ୍ର ପଡ଼ିଆ ଠାରେ ବ୍ଳକର ୨୪ ଗୋଟି ପଞ୍ଚାୟତରେ ଥିବା ସମସ୍ତ ଡ୍ରାଇଭର ମାନଙ୍କୁ ନେଇ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଡ୍ରାଇଭର ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସଂଘ ପକ୍ଷରୁ ଆଲୋଚନା କରାଯାଇଥିଲା । ଖରା,ବର୍ଷା,ଶୀତ,ରେ ଦିନ ରାତି ଡ୍ରାଇଭର ମାନେ ନଖାଇ, ନପିଇ ଅକ୍କାନ୍ତ ପରିଶ୍ରମ ସହିତ ବିପଦ କୁ ସମ୍ମାନ କରି ଯେଉଁ ଚାଳକ ଲୋକଙ୍କୁ ପ୍ରତିଦିନ ସେବା ଯୋଗାଇ ଆସୁଛନ୍ତି। ସେମାନଙ୍କର ଭବିଷ୍ୟତ ଏଯାଏଁ ସରକାର ନିର୍ଦ୍ଧାରଣ କରି ପାରିନାହାଁନ୍ତି। ଯାହାକି ଦୁଃଖ ଓ ପରିତାପର ବିଷୟ ହୋଇପଡିଛି। ଦେଶ ସ୍ଵାଧୀନତାର ୭୩ ବର୍ଷ ଅତିକ୍ରମ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଡ୍ରାଇଭର ମାନଙ୍କୁ ମାନ୍ୟତା ମିଳିପାରିନାହି। ସରକାରଙ୍କର ଦୂରଦୃଷ୍ଟି ଅଭାବ ଯୋଗୁଁ ନିରୀହ ଡ୍ରାଇଭର ମାନେ ଅବହେଳିତ ଭାବରେ ରହିବା ଭଗବାନଙ୍କ ଭରସା ସହ ଦୁଃଖ ଦୁର୍ଦ୍ଦଶା ଭିତରେ ରହି କାଳାତିପାତ କରୁଛନ୍ତି। ଯାହା ସେମାନେ ରୋଜଗାର କରନ୍ତି ତାହାପୁଣି ସମୂଦ୍ର କୁ ଶଙ୍ଖେ ପାଣି, ମହଙ୍ଗା ଯୁଗରେ ନିଜର ପରିବାର ପ୍ରତିପୋଷଣ କରିବା କେତେଯେ କଷ୍ଟ ଅନୁଭବୀ ହିଁ ବୁଝିପାରିବେ। ପରିବାରକୁ ନେଇ ସେମାନେ ସ୍ବଳ୍ପ ରୋଜଗାରରେ ଆଉ କେତେ ଦିନ ଚଳିବେ ତାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ସରକାରଙ୍କ ପକ୍ଷରୁ ଡ୍ରାଇଭର ମାନଙ୍କୁ କୌଣସି ସହାୟତା ଯୋଗାଇ ଦିଆଯାଇ ନଥିବା ବିଷୟ ଗୁଡ଼ିକକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା ଶେଷରେ ସଂଘର କର୍ମକର୍ତ୍ତା ମାନଙ୍କର ଚୟନ ପ୍ରକ୍ରିୟା ହୋଇଥିଲା। ଏଥିରେ ଥୁଆମୂଳ ରାମପୁର ବ୍ଲକ ଡ୍ରାଇଭର ମହାସଂଘର ସଭାପତି ଭାବରେ ବିଦ୍ୟାଧର ନାଏକ ଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ଉପ-ସଭାପତି ଭାବେ ସୁଦାମ ଗଉଡ, ସମ୍ପାଦକ ଚକ୍ରଧର ମାଝୀ, ସହ-ସମ୍ପାଦକ ଅଶୋକ କୁମାର ସାହୁ, କୋଷାଧ୍ୟକ୍ଷ ମହେନ୍ଦ୍ର ନାଏକ ଙ୍କୁ ସଂଘର ସମସ୍ତ ଦାୟୀତ୍ବ କୁ ସଠିକ ଭାବେ ତୁଳାଇ ବା ପାଇଁ ମନୋନୀତ କରାଯାଇଥିଲା ଏଥିରେ ପ୍ରାୟ ୧୦୦ / ରୁ ଉର୍ଦ୍ଧ୍ବ ଡ୍ରାଇଭର ମାନେ ଅଂଶଗ୍ରହଣ କରିଥିଲେ।
ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ