ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନନ୍ଦପୁର – ଟ୍ରକମାଲିକ ସଂଘ ନିର୍ବାଚନକୁ ନେଇ ବିବାଦ

କର୍ମକର୍ତ୍ତା କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗ; ତୁରନ୍ତ ନିର୍ବାଚନ କରିବାକୁ ଉପଦେଷ୍ଟାଙ୍କ ଚିଠି

ଆନନ୍ଦପୁର,ତା୨୬/୫: ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ଦୁଇମାସ ବିଳମ୍ବରେ କେନ୍ଦୁଝର ଟ୍ରକମାଲିକ ସଂଘ ନିର୍ବାଚନ ହେବବୋଲି ସଭାପତି ରମାକାନ୍ତ ନାୟକ କହିବାପରେ ଏହାର ତୀବ୍ର ବିରୋଧ କରିଛନ୍ତି ପୁର୍ବତନ ସଭାପତି ରାମଚନ୍ଦ୍ର ଭୁୟାଁ। ବାଏ ଲ ଅନୁସାରେ ନିର୍ବାଚନ କରିବା ପରିବର୍ତ୍ତେ କର୍ମକର୍ତ୍ତାମାନେ କ୍ଷମତାର ଅପବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଛି। କର୍ମକର୍ତ୍ତାଙ୍କ ଏଭଳି କାର୍ଯ୍ୟକୁ ନେଇ ଆନନ୍ଦପୁରରେ ବହୁ ଟ୍ରକମାଲିକ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏନେଇ ଅଭିଯୋଗ ପାଇବାପରେ ସଂଘର ଉପଦେଷ୍ଟା କୈଳାସ ଚନ୍ଦ୍ର ପଣ୍ଡା ଓ ଗୋପାଳକୃଷ୍ଣ ପରିଡ଼ା ତୁରନ୍ତ ନିର୍ବାଚନ କରିବାକୁ ସଂଘ ସଭାପତି ଓ ସମ୍ପାଦକଙ୍କୁ ଚିଠି ଲେଖିଛନ୍ତି।

ଉପଦେଷ୍ଟାଙ୍କ ଚିଠି ଅନୁସାରେ ୨୦୧୯ ଜାନୁଆରୀ ୨୭ରେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ୨୮ତାରିଖରେ ଫଳାଫଳ ଘୋଷଣା ‌ହୋଇଥିଲା। କର୍ମକର୍ତ୍ତାମାନେ ଫେବୃଆରୀ ୧୦ତାରିଖରେ ଦାୟିତ୍ବ ଗ୍ରହଣ କରିଥିଲେ। ସଂଘର ସମ୍ବିଧାନ ଅନୁସାରେ ୩ବର୍ଷ ୬ମାସ କାର୍ଯ୍ୟକାଳ ପରେ ଆସନ୍ତା ଜୁଲାଇ ୨୭ରେ କାର୍ଯ୍ୟକାଳ ‌ଶେଷ ହେଉଥିବାବେଳେ ଏହାପରେ ତୁରନ୍ତ ନିର୍ବାଚନ କରାଯିବା କଥା। ଅନ୍ୟଥା ଆଇନଗତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ କେନ୍ଦୁଝର ଏଡିଏମ୍ ଙ୍କୁ ମଧ୍ୟ ଅବଗତ କରାଯାଇଛି। ଏପଟେ ବର୍ଷାଦିନ ଆଳକରି ନିର୍ବାଚନ ଦୁଇମାସ ପରେ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ସଭାପତି ଶ୍ରୀନାୟକ ଦେଇଥିବା ମତାମତ ପ୍ରକାଶ ପାଇବାପରେ ଏହାର କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୁର୍ବତନ ଟ୍ରକମାଲିକ ସଂଘ ସଭାପତି ରାମଚନ୍ଦ୍ର ଭୁୟାଁ। ସେ ଏକ ପ୍ରେସବିବୃତ୍ତିରେ ଜଣାଇଛନ୍ତି ଯେ ଏବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାସହିତ ଆଚରଣବିଧି ଭଳି ପରିସ୍ଥିତି ଲାଗୁ ହେବାକଥା। ତେବେ କିଛି କର୍ମକର୍ତ୍ତା କ୍ଷମତାର ଅପବ୍ୟବହାର କରି ରାଜନୈତିକ ନେତାଙ୍କ ହାତବାରିସୀ ସାଜି ଶିଳାନ୍ୟାସ କରୁଛନ୍ତି। ଏଭଳି କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିଶୁଣି କର୍ମକର୍ତ୍ତାମାନଙ୍କୁ ସୁଚନା ମଧ୍ୟ ଦେଉନାହାଁନ୍ତି। ନିୟମ ଅନୁସାରେ ବର୍ତ୍ତମାନ ସଂଘ ପକ୍ଷରୁ ଉପଦେଷ୍ଟା ମଣ୍ଡଳୀକୁ ନିର୍ବାଚନ ପ୍ରକିୟା ଆରମ୍ଭ କରିବାପାଇଁ ଅନୁରୋଧ କରାଯିବା କଥା। ତେବେ ଉପଦେଷ୍ଟା ମଣ୍ଡଳି ସଂଘକୁ ଚିଠି ଦେବାପରେ ସଭାପତି ଓ ସମ୍ପାଦକଙ୍କ ଅସଲ ଉଦ୍ଦେଶ୍ୟ ଜଣାପଡୁଛି ବୋଲି ଶ୍ରୀଭୁୟାଁ କହିଛନ୍ତି। ଉପଦେଷ୍ଟା ଚିଠି ଦେବାପରେ କର୍ମକର୍ତ୍ତାଙ୍କ ବର୍ଷାଦିନ ଆଳ ଦେଖାଇବାକୁ ‌ନେଇ ଜିଲ୍ଲାବ୍ୟାପି ଟ୍ରକମାଲିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିର୍ବାଚନରେ ହାରିଯିବା ଭୟରେ ଏଭଳି ବାହାନା କରାଯାଉଥିବା ନେଇ ଶ୍ରୀଭୁୟାଁ ଅଭିଯୋଗ କରିଛନ୍ତି। ତାହେଲେ ବର୍ଷାଦିନରେ ସମବାୟ ନିର୍ବାଚନ, ରଥଯାତ୍ରା, ସ୍ବାଧିନତା ଦିବସ ହେବ ନା ବାତିଲ ହେବ ସଭାପତି ଉତ୍ତର ରଖିବାକୁ ସେ ଅନୁରୋଧ କରିଛନ୍ତି। ଏପଟେ ଲୁହାପଥର‌ ପରିବହନରେ ସଂକଟ ଯୋଗୁ ଜିଲ୍ଲ‌ାର ହଜାରହଜାର ଟ୍ରକମାଲିକ ଦୁର୍ଦ୍ଦଶାରେ କର୍ମକର୍ତ୍ତାଙ୍କ ରାଜନୈତିକ ପ୍ରିତି ଚିନ୍ତାଜନକ ହୋଇପଡିଥିବା ନେଇ ଅଭିଯୋଗ ହୋଇଛି।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ୍।

Related posts

ଜୟ କୁମାର ମିଶ୍ର ଙ୍କ କବିତା ଅତୀତର ଶୀତ, ଯେତେ ଭିତ ସେତେ ମିତ 

Sunil Chandra Nayak

ଡାକ୍ତର ମହେଶ୍ଵର ସିଂହ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତି ସଭା

Sunil Chandra Nayak

ଭାବର ଶ୍ରୀକ୍ଷେତ୍ର -ଚିନ୍ତାପୋଖରୀ ଠାରେ କଳସ ଯାତ୍ରା ଓ ରତ୍ନମୁଦ ମହୋତ୍ସବ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort