କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ସୁଡୁସୁଡ଼ିଆ ଇଣ୍ଡେନ୍ ଗ୍ୟାସ୍ ନିକଟ କଲୋନୀ ରୁ ଶିକ୍ଷକଙ୍କ ଘର ଝରକା ଗ୍ରୀଲ୍ ତାଡ଼ି ନଗଦ ୫୨ ହଜାର ଟଙ୍କା ସହ ୧୫ ଭରି ଓଜନର ସୁନା ଗହଣା ଚୋରୀ କରିନେଲେ ଦୁର୍ବୃତ୍ତ । ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାୟୀ, ଘସିପୁରା ଝାଡେଶ୍ଵର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ଘଡ଼େଇ ଗତକାଲି ପ୍ରବଳ ଗରମ କାରଣରୁ ପ୍ରତିଦିନ ଶୋଉଥିବା ରୁମ୍ ରେ ନଶୋଇ, AC ରୁମ୍ ରେ ଶୋଇଥିଲେ । ଆଜି ସକାଳେ ସେହି ରୁମର କବାଟ ଭିତର ପଟୁ ବନ୍ଦ ଥିବା ଜଣାପଡ଼ିଥିଲା । ସେହି ରୁମ୍ ର ବାହାର ପଟ ଝରକା ଗ୍ରୀଲ୍ ତାଡ଼ି ଆଲମୀରା ରେ ଥିବା ନଗଦ ୫୨ ହଜାର ଟଙ୍କା ଓ ୧୫ ଭରି ଓଜନର ସୁନା ଗହଣା ଦୁର୍ବୃତ୍ତ ଚୋରୀ କରି ନେଇଥିବା ଜଣାପଡ଼ିଥିଲା । ଏ ସମ୍ପର୍କରେ ଘସିପୁରା ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ୍ ।
previous post