କଲମପୁର – ଥୁଆମୂଳ ରାମପୁର:୩୦/୫- ମ.ନି.ସ:- କାଳବୈଶାଖୀ ପ୍ରଭାବରେ ଗଛପଡି ଘର ନଷ୍ଟ ହୋଇଥିବା ବେଳେ ପରିବାର ଲୋକେ ଅଳ୍ପକେ ରକ୍ଷା ପାଇ ଯାଇଥିବା ଜଣାପଡିଛି। ଏଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ଯାହାଫଳରେ ଗଛ ଉପୁଡିଥିଲା ଏହା ଫଳରେ ଇଚ୍ଛାପୁର ଗ୍ରାମର ରମେଶ ବୈଠାରୁ ଙ୍କ ଘରେ ଗଛ ପଡି ଯିବାରୁ ତାଙ୍କ ଘର ଭାଙ୍ଗିଯାଇଛି। ପ୍ରବଳ ପବନ ସାଙ୍ଗକୁ ବର୍ଷା ପ୍ରଭାବରେ ତାଙ୍କ ଘର ନିକଟରେ ଥିବା ଏକ ବଡ଼ଗଛ ଘର ଉପରେ ପଡିଯାଇଥିଲା। ଏଥିରେ କାହାର କ୍ଷତି ହୋଇନଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ପରିବାର ସଦସ୍ୟ। ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ପରେ ଓ ଓ.ଆଇ.ସି ଶ୍ରୀ କେରକେଟା, ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଘର ଉପରେ ପଡିଥିବା ଗଛ କୁ କାଟି ସଫା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଫୋନ ଯୋଗେ ରାଜସ୍ୱ ଅଧିକାରିଣୀ ଶ୍ରୀମତୀ ସୁବୋଦା ନାଏକ ତୂରନ୍ତ କ୍ଷତିଗ୍ରସ୍ତ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସେ ପ୍ରକାଶ କରିଥିବା ଜଣାପଡିଛି।
ଥୁଆମୂଳ ରାମପୁର ବ୍ଳକରୁ ବଲଭଦ୍ର ବାଗଙ୍କ ରିପୋର୍ଟ