ଫୁଲବାଣୀ – ଫୁଲବାଣୀ ଏଫ ସି ଆଇ ଗୋଦାମ ରେ କାମ କରୁଥିବା ଶ୍ରମିକ ମାନେ ଦୁଇଟି ଗୋଦାମ କୁ ଫେରାଇ ଆଣିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଙ୍କୁ ଅଭିଯୋଗ କରିଥିବା ଜଣାପଡିଛି। ସୂଚନା ଯୋଗ୍ୟ କନ୍ଧମାଳ ଜିଲ୍ଲା ସଦର ମହକୁମା ଠାରେ ଥିବା ସରକାରୀ ଭାରତୀୟ ଖାଦ୍ୟ ନିଗମ ଗୋଦାମ କୁ ମିଲର ମାନଙ୍କ ଠାରୁ ପି ଡିଏସ ଓ ମଧ୍ୟାହ୍ନ ଭୋଜନ ଚାଉଳ ଗହମ ଆସୁଥିଲା । ସେହି ଚାଉଳ ଗହମ କୁ ଶ୍ରମିକ ମାନେ ଲୋଡିଙ୍ଗ,ଆନଲୋଡିଙ୍ଗ କରି ଯାହା ପାରିଶ୍ରମିକ ପାଉଥିଲେ ସେହି ପରିଶ୍ରମ ରେ ତାଙ୍କର ତେଲ ଲୁଣ ସଂସାର ଚାଲୁଥିଲା। ସେହି ସମୟରେ ଫୁଲବାଣୀ ଗୋଦାମ ରେ ୮ ଟିବ୍ଲକ ର ଖାଦ୍ୟ ରହୁଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ବାଲିଗୁଡା ଉପଖଣ୍ଡ କେ ନୂଆଗାଁ ବ୍ଲକ ଠାରେ ନିର୍ମାଣ କରାଯାଇଥିବା ଘରୋଇ ଗୋଦାମ କୁ ଜିଲ୍ଲା ପ୍ରଶାସନ ଆଉ ଦୁଇଟି ଗୋଦାମ ଦେଇଥିଲେ। ସେହି ସମୟରେ ଫୁଲବାଣୀ ଗୋଦାମ ରେ ୬ ଟି ବ୍ଳକ ର ଖାଦ୍ୟ ଯୋଗାଣ ହେଉଥିବା ବେଳେ କେ ନୂଆଁ ବ୍ଲକରେ ୬ ଖାଦ୍ୟ ଯୋଗାଣ ହେଉଥିଲା।ପରବର୍ତ୍ତୀ କାଳରେ କେ ନୂଆଗାଁ ବ୍ଲକ ର ଘରୋଇ ଗୋଦାମ ମାଲିକ ଅର୍ଜ୍ଜୁନ ପାଣିଗ୍ରାହୀ ପ୍ରଶାସନ କୁ ହାତ ବାରିସି କରି ଜି ଉଦୟଗିରି ଓ ଟିକାବାଲି ବ୍ଲକ କୁ ଖାଦ୍ୟ ଯୋଗାଣ କରିବା ନିମନ୍ତେ ନେଇଯାଇଛନ୍ତି। ବର୍ତ୍ତମାନ ଫୁଲବାଣୀ ବ୍ଲକରେ ୪ ବ୍ଳକ୍ର ଖାଦ୍ୟ ଲୋଡିଙ୍ଗ ଅନଲୋଡିଙ୍ଗ କରି ପେଟ ପୋଷୁ ଥିବା ଶ୍ରମିକ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏସମସ୍ୟା ସମ୍ପର୍କରେ କନ୍ଧମାଳ ଜିଲ୍ଲାପାଳ ଡ଼ଃ ବୃନ୍ଦା ଡି ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ଆଜି ପର୍ଯ୍ୟନ୍ତ ପାଇ ପରିନାହାନ୍ତି । ସେହି ଜି ଉଦୟଗିରି ଓ ଟିକାବାଲି ଦୁଇଟି ବ୍ଲକ କୁ ପୁନଃର୍ବାର ଫେରାଇ ଆଣିବାକୁ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଗୁହାରି କରିଛନ୍ତି । ଫୁଲବାଣୀ ଗୋଦାମ୍ର ରେ ୬୦ ରୁ ଉର୍ଦ୍ଧ୍ବ ଶ୍ରମିକ କାମ କରନ୍ତି ପରିଶ୍ରମ କାମୁଥିବାରୁ ନାହିଁ ନଥିବା ର ଅସୁବିଧା ହେଉଛନ୍ତି। ଫୁଲବାଣୀ ଭାରତୀୟ ଖାଦ୍ୟ ନିଗମ ଗୋଦାମ ରେ ଏବଂ ୱାର ହାଉସ ଦୁଇଟି ଗୋଦାମ ରେ ୧୦ ମେଟ୍ରିକ ଟନ ଖାଦ୍ୟ ରହିବା ର ସ୍ଥାନ ରହିଛି ।ଏହିଠାରେ ୮ ଟି ବ୍ଲକ ର ଖାଦ୍ୟ ରହିପାରୁନଥିଲା । କେ ନୂଆଗାଁ ଘରୋଇ ଗୋଦାମ ରେ ୫ ମେଟ୍ରିକ ଟନ ଖାଦ୍ୟ ରହିବା ର କ୍ଷମତା ରହିଛି ସେଠାରେ ୮ ଗୋଟି ବ୍ଲକ ର ଖାଦ୍ୟ ରହୁଛି କେମିତି ବୋଲି ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଶ୍ରମିକ ମାନଙ୍କ ର ଦାବୀ ପୁରଣ ନହେଲେ ଆଗାମୀ ନିର୍ବାଚନ ରେ ୬୦ ରୁ ଉର୍ଦ୍ଧ୍ବ ପରିବାର ଭୋଟ ବର୍ଜ୍ଜନ କରିବେ ବୋଲି ପ୍ରଶାସନ କୁ କଡା ଚେତାବନୀ ଦେଇଥିବା ବେଳେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ବୋଲି ଶ୍ରମିକ ମାନେ ଗଣମାଧ୍ୟମ କୁ ସୂଚନା ଦେଇଥିଲେ(ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ)
previous post
next post