ବାପା
ଉମାକାନ୍ତ ଦାସ
ପିତୃଶ୍ରାଦ୍ଧ ବେଳେ ବାପା ଶବ୍ଦଟିଏ
ଯତେ କଲେ ଉଚ୍ଚାରଣ,
ସନ୍ତୋଷ ନୁହଁଇ ଆତ୍ମାଟି ମୋହର
ନ ପୂଜି ତାଙ୍କ ଚରଣ ।।
ବା ଅକ୍ଷର ବାୟୁ ପା ଅକ୍ଷର ପାଣି
ବାପା ହିଁ ପ୍ରକୃତ ପ୍ରାଣ ,
ତାଙ୍କ ବିନା କିଏ ଆଉ ବା ପାଳିବ
ତିନି ଦେବ ସିଏ ଜାଣ ।।
ଜନ୍ମ ଦେଲେ ମାଆ ନମାସ ନଦିନେ
ପୋଷିଲେ ସେ ସାରାକାଳ
ଖରା ବରଷାକୁ ଖାତିର ନ କରି
ବୁହାଇ ଦେହରୁ ଝାଳ ।।
ଜଗତ ଜନଙ୍କୁ କରେ ନିବେଦନ
କରିବନି ହଇରାଣ,
ତାଙ୍କ ବାର୍ଦ୍ଧକ୍ୟରେ ସହାୟ ହୋଇବ
ଦିଏ ତୁମଙ୍କୁ ମୋ ରାଣ ।।
ବାପା ନାହିଁ ପାଶେ ଭାବୁଛି ଅନେକ
ପୂଜି ପାରେ ନାହିଁ ପାଦ,
ନିତି ସକାଳରେ ଗାଧୋଇଲା ପରେ
ପୂଜା କରେ ତାଙ୍କ ଫଟୋ ।।
ଉମାକାନ୍ତ ଦାସ
ଲାଲାବାଗ ।ଯାଜପୁର