ପିପାସା
ପିପାସାକୁ ଛାଡ଼ି ରହିନ ପାରଇ
ପଞ୍ଚଭୂତେ ଗଢ଼ା ଦେହ
ଖାଦ୍ୟ ବସ୍ତ୍ର ବାସ ପ୍ରକୃତିକୁ ଛାଡ଼ି
ବଞ୍ଚିକେ ରହିଛି କହ ||
ପିପାସା ବିହୀନ ମାନବ ଜୀବନ
ଅର୍ଥହୀନ ହୋଇ ଥାଏ
ଉତ୍ତମ ପିପାସା ମନରେ ରଖିଲେ
ମୋକ୍ଷ ଦ୍ୱାରପାଇ ଯାଏ ||
ଧନ କାମ ଲୋଭ ପିପାସେ ଯେ ଅନ୍ଧ
ମଣିଷେ ହୁଏନା ଗଣ୍ୟ
ଜ୍ଞାନ ଧର୍ମ ଭକ୍ତି ପିପାସା ଜାଗିଲେ
ଅର୍ଜନ କରଇ ପୁଣ୍ୟ ||
ମୋହ କ୍ରୋଧ ମାୟା ପିପାସେ ପଡିଲେ
ଅଶାନ୍ତ ଜୀବନ ହୁଏ
ସତ୍ୟ ଶାନ୍ତି ତ୍ୟାଗ ମନରେ ବହିଲେ
ନର ଶ୍ରେଷ୍ଟେ ଗଣା ଯାଏ ||
ଭୋଗ ବିଳାସର ପିପାସାକୁ ଛାଡ଼ି
ଜ୍ଞାନାମୃତ ଧରି ଥାଅ
ସଂସାରର ହିତ କରମରେ ମାତି
ବିଭୁ ନାମ ହୃଦେ ନିଅ ||
ରତିନାରାୟଣ ରାଉତ
ହରିଚନ୍ଦନପୁର, କେନ୍ଦୁଝର, ଓଡିଶା