ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ହିତାଧିକାରୀଙ୍କ ସହ ସିଧା ବାର୍ତ୍ତାଳାପ
ଭବାନୀପାଟଣା ତା ୩୧.୫.୨୦୨୨:( ମ ନି ସ) ଆଜି ସାରା ଭାରତ ବର୍ଷରେ କେନ୍ଦ୍ରୀୟ ଯୋଜନାରେ ଲାଭାନ୍ଵିତ ହିତାଧିକାରୀଙ୍କୁ ଭିଡିଓ କନଫରେନ୍ସସିଂ ଜରିଆରେ ସିମଳା ରୁ ସିଧା ବାର୍ତ୍ତାଳାପ କଲେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ଏହି “ଗରିବ କଲ୍ୟାଣ ସମ୍ମେଳନ” କାର୍ଯକ୍ରମରେ ଦେଶର ବିଭିନ୍ନ ଜିଲ୍ଲାର କେନ୍ଦ୍ରୀୟ ଯୋଜନାର ଲାଭାନ୍ଵିତ ହିତାଧିକାରୀ ଯୋଡ଼ି ହୋଇଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଦେଖିଥିଲେ। ଲୋକଙ୍କ ଜୀବନଧାରଣ ମାନକୁ ଉନ୍ନତ କରିବା ନିମନ୍ତେ କେନ୍ଦ୍ର ସରକାର ଦ୍ବାରା କାର୍ଯକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ପ୍ରଧାନମନ୍ତ୍ରୀ କିଶାନ୍ ସମୃଦ୍ଧି ନିଧି, ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳ ଯୋଜନା, ପୋଷଣ ଅଭିଯାନ, ସ୍ୱଚ୍ଛ ଭାରତ ମିଶନ,ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା, ୱାନ୍ ନେସନ୍ ୱାନ୍ କାର୍ଡ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ଆୟୁଷ୍ମାନ ଭାରତ ପି ଏମ ଜନ ଆରୋଗ୍ୟ ଯୋଜନା,ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଉପକୃତ ହିତାଧିକାରୀ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିଥିଲେ।
ଏହି ଅବସରରେ ସ୍ଥାନୀୟ ଓ ୟୁ ଏ ଟି ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ଵାରା ଆୟୋଜିତ ଗରିବ କଲ୍ୟାଣ ସମ୍ମେଳନ କାର୍ଯକ୍ରମ ରେ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍, ପି ଡି, ଡି ଆର୍ ଡି ଏ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଙ୍କ ସମେତ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ / ଅଧ୍ୟକ୍ଷା,ସମସ୍ତ ବି ଡି ଓ,ଜିଲ୍ଲା ସ୍ତରୀୟ ଅଧିକାରୀ, ମ୍ୟୁନିସିପାଲଟି/ଏନ୍ ଏ ସି ଅଧ୍ୟକ୍ଷ/ଅଧ୍ୟକ୍ଷା, ହିତାଧିକାରୀମାନେ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ପ୍ରଧାନମନ୍ତ୍ରୀ କିଶନ ସମ୍ମାନ ନିଧି ଯୋଜନା ରେ ୧୦ କୋଟିରୁ ଅଧିକ କୃଷକ ଙ୍କ ଜମାଖାତା କୁ ୨୧ହଜାର କୋଟି ଟଙ୍କାର ଅର୍ଥରାଶି ହସ୍ତାନ୍ତର ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ।ବିହାର,କର୍ଣ୍ଣାଟକ, ଲଧାଖ୍, ତ୍ରିପୁରା, ଶିମଲା ର ହିତାଧିକାରୀ ଙ୍କ ସହ ବାର୍ତ୍ତାଳାପ କରିଥିଲେ।