ଭବାନୀପାଟଣା ତା ୩୧.୦୫.୨୦୨୨ (ମ ନି ସ) ଆଜି ସ୍ଥାନୀୟ କଲମପୁର ବ୍ଲକ ସ୍ଥିତ ବିଡିଓଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ ତଥା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ ଧର୍ମଗଡ ଶ୍ରୀ ସଚିନ ପାୱାରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଓ କଲମପୁର ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ୍ ୩୯୧ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୭୩ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୧୮ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୨୭ଟି ଅଭିଯୋଗ ର ସମାଧାନ ତୁରନ୍ତ କରାଯାଇଥିଲା।
previous post