ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଲା ସ୍ୱାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ୱ ତମାଖୁ ବର୍ଜନ ଦିବସରେ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ବିଦ୍ୟାଳୟ ର ଅଧକ୍ଷ ହିମାଂଶୁ ମୋହନ ସିଂ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟାଳୟର ୫୦ ଜଣ ସ୍ୱେଚ୍ଛାସେବୀ ଯୋଗଦାନ କରି ହବସପୁର ,କରଚଲା ,ଖୁରସେଲଗୁଡା ଗ୍ରାମକୁ ଯାଇ ତମାଖୁ ବର୍ଜନ ସ୍ଲୋଗାନ ଦେଇ ନଗର ପରିକ୍ରମା କରି ଲୋକଙ୍କୁ ସଚେତନତା ବାର୍ତା ପ୍ରଦାନ କରିଥିଲେ ।ଏଥିରେ ଏ ନ ଏ ସ ଏ ସ ଭାରତ ଭୂଷଣ ମୁଣ୍ଡ ,ଯୁବରେଡ଼କ୍ରସ କାଉନସିଲର ଭବାନୀ ଶଙ୍କର ପଣ୍ଡା ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ । ତମାଖୁ ସମ୍ପୂର୍ଣ ବର୍ଜନ କରିବା ପାଇଁ ଲୋକଙ୍କୁ ସଚେତନ କରିଥିବା ବେଳେ ସ୍ବାସ୍ଥ୍ୟ କୁ ସୁସ୍ଥ ରଖିବା ପାଇଁ ମଧ୍ୟ ସଚେତନତା ବାର୍ତା ପ୍ରଦାନ କରିଥିଲେ ।ଏଥିରେ ଖେଳ ଶିକ୍ଷକ ଜୟ କିଶନ ବେହେରା ଏବଂ ଅଧ୍ୟାପକ ସୁବାଷ ଚନ୍ଦ୍ର ମେହେର ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା