୨ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ସିଲେଇ ମେସିନ ସହ ସାମଗ୍ରୀ ପୋଡି ପାଉଁଶ
ଧର୍ମଗଡ – (ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।)
ଧର୍ମଗଡ ସହର ଗଉଡ ପଡ଼ା ନିକଟରେ ମୂଖ୍ୟ ସଡ଼କ କୁ ଲାଗି ଥିବା ଏକ ଟେଲର ଦୋକାନ ରେ ଅଗ୍ନିକାଣ୍ଡ ଘଟି ଦୁଇ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ମୂଲ୍ୟ ର କପଡା ଓ ସିଲେଇ ମେସିନ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ।
ସୂଚନା ମୁତାବକ ଧର୍ମଗଡ ଗଉଡ଼ ପଡ଼ା ମୂଖ୍ୟ ରାସ୍ତା କଡ ରେ ଲାବଣ୍ୟ ନାଏକ ଙ୍କ ଲକ୍କି ଟେଲର ଦୋକାନ ରେ ଗତ କାଲି ରାତି ରେ କୌଣସି କାରଣ ରୁ ନିଆ ଲାଗି ଯାଇଥିଲା । ଦୋକାନ ଶଟର ବନ୍ଦ ଥିବାରୁ ଓ ରାତି ଯୋଗୁ ଦୋକାନ ଭିତରେ ସାମଗ୍ରୀ ପୋଡି ବା କିଛି ଜଣାପଡି ନଥିଲା । ଦୋକାନ ରେ ଥିବା ସ୍କାଇ ଲାଇଟ ଦେଇ ଧୁଆ ବାହାରିବା ଦେଖି ପାଖ ଲୋକେ ଦୋକାନ ମାଲିକ ଙ୍କୁ ଭୋର ସମୟରେ ଫୋନ କରିଥିଲେ । ପରେ ଖବର ପାଇଁ ଦମକଳ ବାହିନୀ ମଧ୍ୟ ଘଟଣା ସ୍ଥଳ କୁ ପହଞ୍ଚି ଥିଲେ ତେବେ ସେତେବେଳକୁ ଦୋକାନ ରେ ଥିବା ୪ ଟି ସିଲେଇ ମେସିନ ସହ ସିଲେଇ ହୋଇ ଥିବା ଓ ସିଲେଇ ପାଇଁ ରହିଥିବା ବହୁ ନୁଆ କପଡା ପୋଡି ପାଉଁଶ ହୋଇ ସାରିଥିଲା । ସଟ ସର୍କିଟ ଯୋଗୁଁ ନିଆଲାଗି ଯାଇଥିବା ଅନୁମାନ କରାଯାଉଛି । ତେବେ ଲାବଣ୍ୟ ନାଏକ ଜଣେ ଗରୀବ ବ୍ୟକ୍ତି ହୋଇ ଥିବାରୁ ଅଗ୍ନି କାଣ୍ଡ କୁ ନେଇ ହତାଶ ହୋଇପଡିଛନ୍ତି । ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।