ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହକାରୀ ଶିକ୍ଷକ ଶ୍ରୀ କୁମୁଦ ଚନ୍ଦ୍ର ସେନାପତିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ରୁପ୍ରା, (ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ,ରୁପ୍ରାର ବରିଷ୍ଠ ସହକାରୀ ଶିକ୍ଷକ ଶ୍ରୀ କୁମୁଦ ଚନ୍ଦ୍ର ସେନାପତିଙ୍କୁ ଆଜି ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ବିଦ୍ୟାଳୟ ପରିସରରେ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। ସୂଚନା ଥାଉକି ଶ୍ରୀ ସେନାପତି ଉକ୍ତବିଦ୍ୟାଳୟରେ ୧୯୮୫ ମସିହାରେ ଯୋଗଦାନ କରି ନିଷ୍ଠାପର ଭାବେ ଆଜି ପର୍ଯ୍ୟନ୍ତ ଶିକ୍ଷାଦାନ କରିଆସୁଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଅରୁଣ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବରେ ନର୍ଲାବ୍ଲକର ଦୁଇଜଣ ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦୀପ୍ ଓ ନମ୍ରତା ସାହୁ, ମୁସ୍କୁଟି ପଞ୍ଚାୟତ ସରପଞ୍ଚ ସଞ୍ଜୁଲତା ଭୋଇ, ଜୁନାଗଡର ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ସେନାପତି, ନର୍ଲା ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ଅର୍ଚ୍ଚନା ଦାସ, ରୁପ୍ରା ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ମୃତ୍ୟୁଞ୍ଜୟ ବେହେରା, ରୁପ୍ରାରୋଡ ହାଇସ୍କୁଲର ପ୍ରଧାନଶିକ୍ଷକ ତରୁଣ ସାହୁ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନାଦି ପଧାନଙ୍କ ସମେତ ଅବସର ନେଉଥିବା ଶିକ୍ଷକ ଶ୍ରୀ ସେନାପତିଙ୍କ ଧର୍ମପତ୍ନୀ ଶ୍ରୀମତୀ ବବିତା ସେନାପତି ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ଥିଲେ। ଏହି ଅବସରରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ଅତିଥି ଗଣ କହିଲେ ଶିକ୍ଷା କ୍ଷେତ୍ରରେ ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରି ଉତ୍ତମ ସୁନାଗରିକ ଗଠନ ଦିଗରେ ପ୍ରୟାସ କରିଥିବା ଆଦର୍ଶ ଶିକ୍ଷକ ଶ୍ରୀ ସେନାପତିଙ୍କ ଭୂୟସୀ ପ୍ରଶଂସା କରିଥିଲେ। ପରେ ବିଦାୟୀ ଶିକ୍ଷକ ଶ୍ରୀସେନାପତିଙ୍କୁ ଉକ୍ତ ବିଦ୍ୟାଳୟ ତରଫରୁ ଉପଢ଼ୌକନ, ସମ୍ବର୍ଦ୍ଧନା ପତ୍ର ସହ ପୁଷ୍ପଗୁଚ୍ଛ ଦେଇ ବିଦାୟ ଜଣାଇ ନିଜ ଘର ରୁପ୍ରାକୁ ସମସ୍ତେ ଛାଡ଼ିବାକୁ ଆସିଥିଲେ। ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ଯ ଓ କର୍ମଚାରୀ ଉପସ୍ଥିତ ଥିଲେ। ଶ୍ରୀ ସେନାପତି ନିଜ ଘରେ ପହଞ୍ଚିବା ପରେ ତାଙ୍କ ପରିବାର ତରଫରୁ ସସମ୍ମାନର ସହ ଘରକୁ ପାଛୋଟି ନେଇଥିଲେ।

Related posts

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ବଡପଳଶା ଜାହେରା ଗାଳରେ ପୂଜାର୍ଚ୍ଚନା

Sunil Chandra Nayak

ଆନନ୍ଦପୁର – ଯୁବକ ଙ୍କ ଅକାଳ ବିୟୋଗ

ମମତା ଶତପଥୀ ଙ୍କ କବିତା ମୁଁ ଆଜିକା ସୁନ୍ଦରୀଝିଅ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort