ସାହିତ୍ୟ
ସୁରେନ୍ଦ୍ର କୁମାର ବେହେରା
ଜୀବନ ସହିତ ସଦାଯେ ଜଡିତ
ସମାଜ ହିତ ସାଧନ
ସାହିତ୍ୟ ନାମରେ ମାନବ ଜାତିର
ଅଟଇ ଅମୂଲ୍ୟ ଧନ ।1।
ଗଦ୍ୟ ପଦ୍ୟ ସାଥେ ନାଟକ ପ୍ରବନ୍ଧ
ସମାଜକୁ ବାର୍ତ୍ତା ଦିଏ
କୁସଂସ୍କାର ଆଉ ଅନ୍ଧ ବିଶ୍ବାସଠୁ
ଦୁରେ ରହିବାକୁ କହେ ।2।
କେତେ ଉପଦେଶ ଦର୍ଶନ ସନ୍ଦେଶ
ଜନ ଜାଗରଣ ସୃଷ୍ଟି
ସମାଜ ଦର୍ପଣ ଗଣତନ୍ତ୍ର ପାଇଁ
ସୁଶାସନେ ଦିଏ ଦୃଷ୍ଟି ।3।
ସଂସ୍କାର ସଂସ୍କୃତି ସେବାତ୍ୟାଗ ଭକ୍ତି
ବଢାଏ ଆତ୍ମ ବିଶ୍ବାସ
ଧର୍ମ ପରମ୍ପରା ଜାତୀୟ ଚେତନା
ଅନ୍ୟାୟ ଅନୀତି ନାଶ ।4।
ତ୍ୟାଗ ସାଧନାରେ ବଢାଏ ଗାରିମା
ସଦା ଦିଗନ୍ତ ବିସ୍ତାରି
ଦଳିତ ପତିତ ଅବା ନିଷ୍ପେସିତ
ହୃଦେ ସାର୍ଥକତା ଭରି ।5।
ସାହିତ୍ୟ ଆମର ଭାଷାର ବିଭବ
ମାନବ ହୃଦ ଚନ୍ଦନ
ସମାଜର ପଟ ପରିବତ୍ତନରେ
ବଢାଏ ଜାତିର ମାନ ।6।
କଳା ସଂସ୍କୃତିର ବିକାଶ ସାଧନ
ଚେତନା ଜାଗ୍ରତ କରେ
ଭାଷାକୁ ସମୃଦ୍ଧ କରେ ଛନ୍ଦବଦ୍ଧ
ସ୍ୱର ଲୟ ତାଳ ଭରେ ।7।
କେତେ କାବ୍ୟ କବିତାରେ ଭରପୁର
ବେଦ ବେଦାନ୍ତ ପୁରାଣ
ସମାଜ କଲ୍ୟାଣ ସୃଷ୍ଟିର ବିକାଶ
ମାନବ ଭାଗ୍ୟ ଦର୍ପଣ ।8।