ଦୀପାଳି କହୁଛି
ସୁଜାତା ରାଣୀ ଶତପଥୀ
ଦୀପାଳି କହୁଛି ମୁହିଁ କ୍ଷୁଦ୍ୟୋତିକା
ପ୍ରଭୁ ଆଲୋକ ନିକଟେ
ଏ ଜୀବନ ମୋର ସରି ସରି ଯାଉ
ଦେଖି ରୂପ ଗୁଣ ତତ୍ତ୍ୱେ l
ତୁମ ପରିସର ଆଲୋକିତ କରି
ଉପସ୍ଥିତ ଜଣାଇଲେ
ସୃଷ୍ଟି ସାର୍ଥକରେ ବ୍ୟର୍ଥକ କାରକ
ଦୂରେଇ ଦୂରେଇ ଚାଲେ l
ଜୀବନ ଦହନ ତୁମ ନାମ ଧ୍ୟାନ
ଶୁଣିବା ପାଇଁ ମୋ ସୃଷ୍ଟି
ଜ୍ଜ୍ୱଳନ ସମୟେ ସାର୍ଥକ ଜୀବନେ
ନ କରିବ ପ୍ରଭୁ ବୃଷ୍ଟି l
ଅଧୁରା ନ କର ପ୍ରଭୁ ଦାମୋଦର
ଜୀବନ ପଥକୁ ମୋର
ଶେଷ ଶିଖା ମୋର ତୁମ ଦର୍ଶନରେ
ଆପେ ହୋଇବ ନିଜର l
କର୍ମଫଳ ସ୍ୱାର୍ଥ ନୁହଁଇ ମୋହର
ନିଃସ୍ଵାର୍ଥେ ଲାଗେ ସଂସାର
ସମାଜ କଲ୍ୟାଣ ପାଇଁ ମୋ ମାଧ୍ୟମେ
ଜଣାଏ ଭକ୍ତ ତୁମର l
ବିଶ୍ୱାସ ମନସ୍ତ ରଖ ପ୍ରଭୁ ତା’ର
ପୂର୍ଣ୍ଣ କରି ଅଭିଳାଷ
ମଧ୍ଯସ୍ତ କାର୍ଯ୍ୟର ମହାନତା ପାଇଁ
ମୋତେ ନ କରିବ ଦୋଷ l
ଆଦିମ କାଳରୁ ମୋ ଭରସା ପାଇଁ
ସୃଷ୍ଟି କରେ ନିଜ ହସ୍ତ
ମନ ଅଭିଳାଷ କରାଇ ବାସ୍ତବ
ଜୀବନ ହେଉ ମୋ ଅସ୍ତ l
ଶିକ୍ଷୟିତ୍ରୀ
ଦିଗପହଣ୍ଡି
ଗଞ୍ଜାମ