ଗାଁ ଦାଣ୍ଡ ଧୂଳି
ମୋ ଗାଁ ଦାଣ୍ଡ ରୁ
ମୋ ଛୋଟ ପାହୁଣ୍ଡ
ଦର୍ଶନ ଦେଇଛି
ଏ ବିଶ୍ୱ ବ୍ରହ୍ମlଣ୍ଡ,,
ଧୂଳି କଣିକାଏ
ଛୁଇଁ ଦେଲେ ତୁଣ୍ଡ
ତୁଛ ପଡ଼ିଯାଏ
ଅମୃତ ର ଭାଣ୍ଡ,,
ନ ହେଲାରେ ନାହିଁ
ତୋର ଗୋପଦାଣ୍ଡ
ମୋ ଗାଁ ଦାଣ୍ଡ ରେ
ମୋର ମାନଦଣ୍ଡ,,
ଏ ଧୂଳି ମହିମା
କି ଦେବି ଉପମା
ଭୁଲି ଯାଇଅଛି
ସ୍ବର୍ଗୀୟ ସୁଷମା,,
ମୋ ଗାଁ ଦାଣ୍ଡ ରୁ
ମୋ ଜୀବନ ରଡ଼ି
ମଶାଣୀ ରୁ ଯମ
ଖୋଲେ ହାତ କଡ଼ି,,
ସହର ଭିତରେ
ନଅର କୁ ତୋଳି
ଭୁଲିକି ପାରିବି ?
ଗାଆଁ ଦାଣ୍ଡ ଧୂଳି,,