୧୮ ରେ ରାଜ୍ୟପାଳ ଙ୍କ ଠାରୁ ପାଇବେ ପୁରସ୍କାର
ଧର୍ମଗଡ:୧୧/୬/୨୨: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ରୁ ୧୧ ଜଣ ଛାତ୍ର ଛାତ୍ରୀ ସ୍କାଉଟ ଓ ଗାଇଡ ରେ ରାଜ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଜୁନ ୧୮ ତାରିଖ ରେ ରାଜଭବନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ରାଜ୍ୟ ପାଳ ଙ୍କ ଦ୍ଵାରା ପ୍ରଦାନ କରାଯିବ । ଗତ ୨୦୨୧ ମସିହା ରେ ସ୍କାଉଟ ରେ କୃତିତ୍ୱ ଅର୍ଜନ କରିଥିବା ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଚନ୍ଦନ ନାଏକ, ତସ୍ମିତ ସାହୁ, ଶିବାଶିଷ ଛତ୍ରିଆ, ପ୍ରଭାତ ବାଗ, ଭୂପେନ୍ଦ୍ର ଗୋପାଲ, ଉମାକାନ୍ତ ସୁନାନି, ଯଶୋବନ୍ତ ବଗର୍ତ୍ତୀ ଙ୍କୁ ମନୋନୀତ କରାଯାଇଥିବା ବେଳେ ଗାଇଡ ରେ କୃତିତ୍ବ ଅର୍ଜନ କରିଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମଧୁସ୍ମିତା ବେହେରା, ଉର୍ବଶୀ ଡୁଙ୍ଗରୀ, ଏଷ୍ଟୋନୀ ପାଣିଗ୍ରାହି ଓ ତେଜସ୍ଵୀନି ଜାଲ ରାଜ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ତେବେ ଉଭୟ ବାଳକ ଓ ବାଳିକା ବିଭାଗ ରୁ ଦୁଇ ଜଣ ଲେଖାଏଁ ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀ ଙ୍କ ସହ ସ୍କାଉଟ ଶିକ୍ଷକ ସନ୍ତୋଷ ପାଣିଗ୍ରାହୀ ଏବଂ ଗାଇଡ ଶିକ୍ଷୟତ୍ରୀ ବୀଣାପାଣି ନାଏକ ଏହି କାର୍ଯ୍ଯ କ୍ରମ ରେ ଯୋଗ ଦେବେ । ସ୍କାଉଟ ଓ ଗାଈଡ ରେ ସ୍ଥାନୀୟ ଛାତ୍ର ଛାତ୍ରୀ ଙ୍କ ସଫଳତା ଆଗାମୀ ଦିନ ରେ ଅନ୍ୟ ଛାତ୍ର ଛାତ୍ରୀ ଙ୍କ ସେବା ମନୋଭାବ ବୃଦ୍ଧି ରେ ସହାୟକ ହେବା ସହ ସେମାନଙ୍କୁ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।