ସକାଳ ଜଣାଣ
ଦୁଃଖର ସମୁଦ୍ରେ ସୁଖର ଲହରୀ
ତୁମେ ପ୍ରଭୁ ଜଗନ୍ନାଥ,
ତୁମେ ମୋ ଭାବନା ତୁମେ ସମ୍ଭାବନା
ତୁମେ ଅନାଥ ର ନାଥ।।
କର୍ମ ମୟ ଏଇ ଜୀବନର ବାଟ
କେବେ ଖରା କେବେ ଛାଇ,
ତୁମେ ପ୍ରଭୁ ଯଦି ମୋର ପାଖେ ଥିବ
ଆଉ କିଛି ଲୋଡ଼ା ନାହିଁ।।
ଦେଖିଦେଲେ ତୋର କଳା ବଦନକୁ
ସବୁକିଛି ଯାଏ ଭୁଲି,
ପ୍ରଭାତରୁ ନିଶି ଭଜୁଥାଏ ପ୍ରଭୁ
ତୁମ ନାମ ବସି ଖାଲି।।
ତୁମେ ନିରାକାର ତୁମେ ହିଁ ସାକାର
ତୁମେ ପ୍ରଭୁ ଆଦି ବ୍ରହ୍ମ,
ଅର୍ଘ୍ୟ ଥାଳି ମୁହିଁ କରୁଛି ଅର୍ପଣ
ଘେନ ଆହେ ନାଦ ବ୍ରହ୍ମ।।
ତୁମ ପାଦ ପଦ୍ମେ ଲାଗି ହେବା ପାଇଁ
ଭାଗ୍ୟ ମୋର ଅଛି କାହିଁ,
ସୁବାସେ ମୋହର ସଭିଙ୍କୁ ମୋହିବି
ଦୟାକର ଭାବଗ୍ରାହୀ।।
ଶୁଭଶ୍ରୀ ପ୍ରଧାନ
କୋଣାର୍କ , ପୁରୀ