ଚାରୋଟି କବିତା
ସୁକାନ୍ତ ଖଣ୍ଡା
ଗାଁ
ଗାଆଁକୁ ସୁନ୍ଦର ପୋଖରୀ ତୁଠଟେ
ଯଦି ହୋଇଥିବ ସଫା
ପାଣି ପରିବେଶ ବନାନୀ ଆଲୋକ
ଦୂରୁ ଦିଶୁଥିଲେ ତୋଫା
ଆତ୍ମସ୍ବାର୍ଥ ମୋଟେ ଫମ୍ପା
ସେହି ମୋର ଗାଆଁ ଟାଙ୍ଗର ତଳିଟି
ଭାଇଚାରା ମଲ୍ଲୀଚମ୍ପା।
ସନ୍ଧ୍ଯା
ସନ୍ଧ୍ଯା ଆସିଗଲେ ପ୍ରାଣୀଙ୍କ ପ୍ରସ୍ଥାନ
ନିଜର ବାସସ୍ଥାନକୁ
ପବିତ୍ର ସମୟ ପ୍ରାର୍ଥନା ଓ ତପେ
ସନ୍ତୁଷ୍ଟ ହିଁ ଈଶ୍ବରଙ୍କୁ
ଭ୍ରମଣ ହିତ ଦେହକୁ
ଜଗତ କଲ୍ଯାଣ ଏହି ମୂହୂର୍ତ୍ତଟି
ହୋଇଥାଏ ଭବିଷ୍ଯକୁ।
ସାଥୀ
ହୃଦୟ କନ୍ଦରେ ଅବା ଜୀବନରେ
କେହି ଅଛି ନିଜର
ପଥର ପଥିକ ପୁତ୍ର କନ୍ଯା ପତ୍ନୀ
ବାପା ମାଆ ସହଦୋର
ନିଜେ ହିଁ ସାଥୀ ନିଜର
ମୋର ମୋର କହି ଗର୍ବ ଅହଙ୍କାରେ
ବୁଲୁଅଛି ନିରନ୍ତର।
ଘର
ଘର କରିଥିଲି ସଂସାର ମେଲେଇ
ସଭିଙ୍କୁ ନିଜର ଭାବି
ବୁଢା଼ ବୟସରେ ଗୁହ ମୂତ ହେଲି
ଖାଇବା ନ ଦେଇ ଚାବି
ଜୀବନଟି ମୂଲତବି
କାହିଁକି ଘରଟେ କରିବାକୁ ଗଲି
ଏବେ ତ ଛାଡି଼କି ଯିବି।