ନାରୀ ନିର୍ଯାତନା
ସୁରେଶ ଚନ୍ଦ୍ର ପାଢୀ
ନାରୀ ସେ ତ ଦେବି ସେ ପୁଣି ଜନନୀ,ସେ ଜାୟା ,ପୁଣି ସେ ଭଗିନୀ ରୂପେ ଆସେ।ନାରୀର ଜୀବନ ତ୍ୟାଗ , ସ୍ନେହ,ପ୍ରେମ ରେ ଭରା ହୋଇ ଥାଏ।ଜନ୍ମ ରୁ ନାରୀ ଟିଏ କେତେ ସ୍ୱପ୍ନ ନେଇ ଆଗକୁ ଆସେ।କିନ୍ତୁ ସମାଜ ରେ ନାରୀ ଅକଥନିୟ ଯାତନା ସହି ବାକୁ ପଡେ।
ନାରୀ କେବେ ଦୁର୍ଗା କେବେ ଲକ୍ଷ୍ମୀ ପୁଣି କେବେ ସରସ୍ବତୀ ।ନାରୀ ଜୀବନ କେତେ ଦୁଃଖ ସହି ଧରଣୀ ପାଲଟି ଯାଏ।ନାରୀ ବସୁଧା ପରି ସବୁ ସହି ଯାଏ।କେବେ ପ୍ରତି ବାଦ କରି ପାରେନି।କେବେ ପ୍ରତି ବାଦ କରି ବି ସେ ହାରି ଯାଏ।ନାରୀ ଆଉ ଅବଳା କି ଦୁର୍ବଳା ନୁହେଁ ନାରୀ ଏବେ ଉଚ୍ଚ ଶିକ୍ଷିତ।ତଥାପି ପୁରୁଷ ଆଜି ବି ନାରୀ କୁ ଏକ ଭୋଗ୍ୟ ବସ୍ତୁ ମନେ କରେ।ନାରୀ ଟିଏ ଯେବେ
ଗର୍ଭ କୁ ଆସେ ଜନ୍ମ ନେବା ପାଇଁ ତା ମାଆ ତାର ଭ୍ରୁଣକୁ ହତ୍ୟା କରେ ନିର୍ଦୟ ହୋଇ।ନାରି ଟିଏ ପଚାରେ ମାଆ ତୁ କେମିତି ନିର୍ଦୟ ହୋଇ ପାରିଲୁ ତୋର ନିଜ ସନ୍ତାନ ର ଭ୍ରୁଣକୁ କେମିତି ମାରି ପାରୁଛୁ।ସେତେ ବେଳେ ମାଆ ର ଅନ୍ତର ଭିତରୁ ଶବ୍ଦ ଆସେ ,ଆରେ ମାଆ ମୋର କିଛି ଦୋଷ ନାହିଁ ଏ ପୁରୁଷ ସମାଜ ଆଜି ଯୌନ ପିପାସୁ ହୋଇ ଯାଇଛି।ନାରୀ କୁ ଝୁଣି ଝୁଣି ସେ ତାର ସର୍ବସ୍ଵ ଲୁଟି ନେଉଛି।ମାଆ ତାର କରୁଣ ବେଦନା ନିଜ ସନ୍ତାନ କୁ ମନେ ମନେ କୁହେ। ସେ ଆଜି ସମାଜ ରେ କଳଙ୍କିତ ହୋଇଛି।ତାର ଏଇ କଳଙ୍କ କୁ ପୋଛିବା ପାଇଁ ସେ ତାର ସନ୍ତାନ କୁ ନିର୍ଦୋଷ ରେ ହତ୍ୟା କରୁଛି।
ଆଜିର ସମାଜ ରେ ନାରୀ ଟିଏ ପୁରୁଷ ପାଖରେ ଯୌନ ନିର୍ଯାତନାର ଶିକାର ହେଉଛି।ବିଶେଷ କରି ଯୁବତୀ ଟିଏ ଆଉ ନିଜକୁ ସୁରକ୍ଷିତ ମନେ କରୁ ନାହିଁ।ନର ପିଷାଚ ମାନେ ନାରୀ ଟିର ସବୁ କିଛି ଲୁଟି ନେଉଛନ୍ତି।କାମୁକ ପୁରୁଷ ତାର କାମନା ଓ ବାସନା କୁ ଆଉ ରୋକି ପାରୁ ନାହିଁ ।ସେ ନାରୀ କୁ ଫସେଇ ପୁଣି ନାରୀ ଉପରେ ଆକ୍ରମଣ କରି ନାରୀ ଟିର ସର୍ବ ନାଶ କରୁଛି।
ନାରୀ ଟିଏ ଆଜି ବିବାହ ବନ୍ଧନ ରେ ବାନ୍ଧି ହୁଏ ସୁନାର ସଂସାର କରିବା ପାଇଁ,କିନ୍ତୁ ଧନ ଲୋଭି ମଣିଷ ନାରୀ ଟିକୁ ମାରି ଦେଉଛି।ଆଜିର ସମାଜ ରେ ଯୌତୁକ ପାଇଁ ଧନ ଲୋଭି ମଣିଷ ନାରୀ ଟିଏ ବୋହୁ ହୋଇ ଗଲା ପରେ ବଧୂ ହତ୍ୟା କରନ୍ତି।ନାରୀ ଆଜି ଖେଳନା ପରି ହୋଇ ଯାଇଛି।ଏ ସମାଜ ନାରୀ ଟିକୁ କେତେ ଯେ ନିର୍ଯାତନା ଦେଉଛି ସେ କଥା ନାରୀ ଟିଏ ହିଁ ପ୍ରତକ୍ଷ କହି ପାରିବ।
ନାରୀ ଟିଏ ଯେତେବେଳେ ନିଜ ସନ୍ତାନ କୁ ସବୁ କିଛି ଦେଇ ତାର ସେବା କରେ ଓ ତାକୁ ଦଶ ମାସ ଦଶ ଦିନ ଗର୍ଭ ରେ ରଖି ଜନ୍ମ ଦିଏ,ସେ କଣ ପାଏ ଖାଲି ନିଜ ସନ୍ତାନ ଠାରୁ ଅସହ୍ୟ ନିର୍ଯାତନା।ନିଜ ସନ୍ତାନ କୁ ସେ ନିଜ ଅମୃତ କୁ ପିଆଇ ମଣିଷ କରେ।କେତେ ଦୁଃଖ ସହି ନିଜ ସନ୍ତାନ କୁ ଳାଳନ ପାଳନ କରେ।ହେଲେ ଆଜିର ସମାଜ ରେ ଏମିତି କିଛି ସନ୍ତାନ ଅଛନ୍ତି ଯେଉଁ ମାନେ ନିଜ ମାଆ ର ଦୁଃଖ ବୁଝନ୍ତି ନାହିଁ।ନିଜ ସ୍ତ୍ରୀ କଥାରେ ପଡି ମାଆ କୁଘରୁ ତଡି ଦିଅନ୍ତି।ଜରାଶ୍ରମ ରେ ମଧ୍ୟ ଛାଡି ଦିଅନ୍ତି।ନିଜ ମାଆ ଙ୍କୁ ଖାଇବାକୁ ଦିଅନ୍ତି ନାହିଁ।ସେମାନେ ଭୁଲି ଯାଆନ୍ତି ନିଜ ମାଆର ମହାନତା କୁ ।ସେମାନେ ନିଜ ସ୍ୱାର୍ଥରେ ନିଜ ଅଭିମାନରେ ବୁଡି ରୁହନ୍ତି।
ନାରୀ ଟିଏ ନିଜ ସ୍ୱାମୀ ଠାରୁ ବି କେତେ ମାଡ ଗାଳି ସହେ।ନାରୀ ଟିଏ ନିଜ ସ୍ୱାମୀ ଙ୍କୁ ଦେବତା ଭାବେ କିନ୍ତୁ ସେ ପର ସ୍ତ୍ରୀ ପ୍ରତି ଆକର୍ସିତ ହୋଇ ନିଜ ସ୍ତ୍ରୀ କୁ ଅସହ୍ୟ ଯନ୍ତ୍ରଣା ଦିଏ।ଆଜିର ସମାଜ ରେ ଅନେକ ପୁରୁଷ ମଦ୍ଯ ପାନ କରି ନିଶା ଖାଇ ନାରୀ କୁ ନିର୍ଯାତନା ଦିଅନ୍ତି।ଅନେକ ସ୍ଥାନ ରେ ନାରୀ ନିର୍ଯାତନା ର ଶିକାର ହୁଏ।ନାରୀ ଆଉ କେତେ ସହିବ ଯାତନା ?
ଆସନ୍ତୁ ଆମେ ନାରୀ କୁ ସମସ୍ତେ ସମ୍ମାନ ଦେବା।ନାରୀ ଟିଏ ବଞ୍ଚିଲେ ସୃଷ୍ଟି ହୋଇବ।ନାରୀର ଭୂମିକା ଦେଶ ପାଇଁ ସମାଜ ପାଇଁ ଗୁରୁତ୍ୱ ପୁର୍ଣ। ନାରୀ କୁ ସୁରକ୍ଷା ଦେବା ଆମ ସମସ୍ତଙ୍କ କର୍ତ୍ତବ୍ଯ ଅଟେ।