ନର୍ଲା (ମନିସ) ଭାରତୀୟ ସୈନ୍ୟ ବାହିନୀର ବୀରତ୍ବ,ଗରିମା, ସଂସ୍କାର ଓ ପରମ୍ପରା ଅତି ଉଚ୍ଚକୋଟୀର।ନିଜ ଜୀବନକୁ ସଦାସର୍ବଦା ବାଜି ଲଗାଇ ଦେଶର ସୁରକ୍ଷା ପାଇଁ ଭାରତୀୟ ସୈନ୍ୟ ବାହିନୀର ବୀରତ୍ବ ରହି ଆସିଛି। ମାତ୍ର କେନ୍ଦ୍ର ବିଜେପି ସରକାର ଭାରତୀୟ ସୈନ୍ୟ ବାହିନୀର ଗରିମା ଓ ପରମ୍ପରା ଉପରେ ଆଞ୍ଚ ଆଣିବାକୁ ଚେଷ୍ଟା କରୁଛି ବୋଲି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିପାଇଁ କଳାହାଣ୍ଡି ଜିଲ୍ଲା କଂଗ୍ରେସର ନର୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସତ୍ୟାଗ୍ରହ ନର୍ଲା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ପର୍ଯ୍ୟବେକ୍ଷକ ବିଭୁତି ମହାଖୁଡଙ୍କ ଉପସ୍ଥିତିରେ ନର୍ଲା ବ୍ଳକ କଂଗ୍ରେସ ସଭାପତି ସମୀର ଚାନ୍ଦ, ଆଦିବାସୀ ନେତା ପ୍ରକାଶ ମାଝୀ, ଛାତ୍ର କଂଗ୍ରେସର ଦୀପୁ ପାତ୍ର, ଜିଲ୍ଲା ଛାତ୍ର ଉପସଭାପତି ଦେବାଶିଷ କୁମାର,ସେବା ଦଳ ପ୍ରମୁଖ ସୁଦାମ ପ୍ରଧାନ ଓ ମ.ରାମପୁର ବ୍ଳକ କଂଗ୍ରେସ ସଭାପତି ରୁଦ୍ରଙ୍କ ସହ ଅନେକ କଂଗ୍ରେସ କର୍ମୀଙ୍କ ସମାବେଶରେ ଏହି ସତ୍ୟାଗ୍ରହ ହୋଇଥିଲା। ଅଗ୍ନିପଥ ଯୋଜନାରେ ସେନାରେ ଠିକା ନିଯୁକ୍ତି ଦେଇ ଦେଶର ସୁରକ୍ଷା ଉପରେ ମୋଦି ସରକାର ଖେଳ ଖେଳୁଛନ୍ତି ବୋଲି କଂଗ୍ରେସ କର୍ମୀଙ୍କ ମତ ପ୍ରକାଶ ପାଇଥିଲା। ଏଥିରେ ବିଜେପି ସରକାର ଇଡି ଏବଂ ଅଗ୍ନିପଥର ଭୁଲ ପ୍ରୟୋଗ କରୁଥିବା ଅଭିଯୋଗ ଉଠାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରୋଶନ ମାଝୀ, ଜ୍ୟୋତି ବେହେରା, ରଜନୀ କୁମାର,ତନୁ ମାଝୀ,ଚନ୍ଦ୍ରା ବଗର୍ତ୍ତି,ବୀର ପାତ୍ର, ମନୋଜ କରୁଆଁ,ଭକ୍ତ ଦୁର୍ଗା,ସୁନା ମାଝୀ ପ୍ରମୁଖ ସହଯୋଗ କରିଥିଲେ।
ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।