ଥୁଆମୂଳ ରାମପୁର:୫/୭- ମ.ନୀ.ସ:– କେନ୍ଦ୍ର ଓ ରାଜ୍ଯ ସରକାର ଗରିବ ଲୋକଙ୍କୁ ମାଗଣାରେ ବିଦ୍ଯୁତ ସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେଅନୁସାରେ ଘରେ ଘରେ ବୋର୍ଡ ମିଟର ସଂଯୋଗ ମଧ୍ୟ ହୋଇସାରିଛି। ଅଘୋଷିତ ବିଦ୍ଯୁତ କାଟ ହେଉଥିବା ବେଳେ କେତେକ ଗ୍ରାମ ଏବେ ଅନ୍ଧାର ଘେରରେ ରହିଛି। ଲୋକେ କେତେ ଖୁସିରେ ଲାଇଟ୍ ଜଳେଇ ଅନ୍ଧାର ରୁ ମୁକ୍ତି ପାଉଥିଲେ। ମିଳିଥିବା ସୂଚନରୁ ଜଣାପଡେ ଯେ, ସରକାରଙ୍କ ବିଦ୍ଯୁତ ବିଭାଗର ଘରୋଇ କରଣ ହେବା ଦିନରୁ ପ୍ରଥମେ ଓ୍ବେସକୋକୁ ଦିଆଯାଇଥିଲା। ଏହାପରେ ଟାଟା କମ୍ପାନୀ ଏବେ ଏହାର ଦାୟିତ୍ଵ ରେ ରହିଛି। ଏହାଫଳରେ ବିଦ୍ଯୁତ ଉପଭୋକ୍ତା ବିଭିନ୍ନ ସମୟରେ ହଇରାଣ ହେଉଛନ୍ତି। ଓ୍ବେସକୋ ରୁ ଟାଟା ହାତକୁ ଯେଉଁ ଦିନ ବିଦ୍ଯୁତ ଚାଲିଗଲା ସେଦିନରୁ ପ୍ରାୟ ସମୟରେ ବିଦ୍ଯୁତ ସରବରାହ ରେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି। ଘନଘନ ଅଘୋଷିତ ବିଦ୍ଯୁତ କାଟ ହେଉଥିବାବେଳେ ପୁଣି କେଉଁ କେଉଁ ଗାଁର ବାସିନ୍ଦା ବିଦ୍ଯୁତ ସେବାରୁ ବଞ୍ଚିତ ରହିଛନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅଧ୍ଯୁଷିତ ଅଞ୍ଚଳ ଗୋପାଳପୁର ଗ୍ରାମପଞ୍ଚାୟତ ଅଧିନରେ ଥିବା ନିକେଶଜୋର ଗ୍ରାମ ଠାରେ।ଏହି ଗ୍ରାମରେ ୧୫୦ ପରିବାର ବସବାସ କରୁଛନ୍ତି। ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ ବିଦ୍ଯୁତ ସେବାରୁ ବଞ୍ଚିତ ରହିଛନ୍ତି। ଏବେ ଗ୍ରାମବାସୀ ଥୁଆମୂଳ ରାମପୁର ସ୍ଥିତ ବିଦ୍ଯୁତ ବିଭାଗରେ ଜଣାଇଛନ୍ତି। ବିଦ୍ଯୁତ ବିଭାଗର କର୍ମଚାରୀ ଗ୍ରାମକୁ ଯାଇ ତଦାରଖ କରିଥିଲେ। ହେଲେ କେଉଁ କାରଣରୁ ନିକେଶଜୋର ଗ୍ରାମରେ ଲାଇଟ୍ ଜଳୁନାହିଁ ସେବିଷୟରେ କିଛି ଉତ୍ତର ମିଳିପାରୁନାହିଁ। ଏନେଇ ଗ୍ରାମବାସୀ ଆଶଙ୍କାରେ ରହିଛନ୍ତି। ବର୍ଷା ଦିନ ସମୟରେ ରାତ୍ରି କାଳରେ ସେମାନେ କେମିତି ଅନ୍ଧାରରେ ରହିବେ ଏବେ ସେମାନେ ଭୟଭୀତ ହେଉଥିବା ଜଣାପଡିଛି। ତେବେ କେଉଁ କାରଣରୁ ବିଜୁଳି ଜଳିପାରୁ ନାହିଁ ଗ୍ରାମବାସୀ ଜାଣିବା ମୁସ୍କିଲ ହୋଇପଡିଛନ୍ତି। ଏହା ଉପରେ ଥୁଆମୂଳ ରାମପୁର ବିଦ୍ଯୁତ ବିଭାଗ ତୂରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ