ଭବାନୀ ପାଟଣା ,ମ ନି ସ,
କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ସର୍ବଭାରତୀୟସ୍ତରରେ ବ୍ୟାଙ୍କ କର୍ମଚାରୀ ସଂଘ ତରଫରୁ ଦୁଇଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଘରୋଇକରଣ କରିବା ଦ୍ଵାରା ବିଭିନ୍ନ ସମସ୍ୟା ଦେଖାଯିବା ଆଶଙ୍କାକୁ ନେଇ ଏହି ଧର୍ମଘଟ କରାଯାଇଥିଲା । କଳାହାଣ୍ଡି ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ୟାଙ୍କ ବନ୍ଦ କରାଯାଇଥିବାବେଳେ କର୍ମଚାରୀମାନଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭବାନୀପାଟଣା ଷ୍ଟେଚ୍ୟୁଛକ ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ବଜାର ଶାଖାଠାରେ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା। ଏଥିରେ ଏସ୍ବିଆଇ ଜୋନାଲ ସେକ୍ରେଟାରି ସୌମ୍ୟଜିତ ମୁଣ୍ଡଙ୍କ ନେତୃତ୍ବରେ ଜୋନାଲ ସେକ୍ରେଟାରୀ,ବୀରେନ୍ଦ୍ର ମିଶ୍ର ଜେନେରାଲ ସେକ୍ରେଟାରୀ, ଦୁଃଖିଶ୍ୟାମ ଥାନପତି, ସଂଗ୍ରାମ ରଥ, ବେଣୁମାଧବ ପଟ୍ଟନାୟକ , ଅରୁଣ ପଟେଲ , ମନୋଜ ପଣ୍ଡା ଫାର୍ମେର ଲେଡେର , ଦୁର୍ଗା ପ୍ରସାଦ ମିଶ୍ର,ରାମ ଶଙ୍କର ଦାସ, ନିମାଇଁ ପାଣି ,ବିଜୟ ହୋତା , ଦୀନବନ୍ଧୁ ମୁଣ୍ଡ ସହ ଜିଲ୍ଲାର ଅନେକ ବ୍ୟାଙ୍କ କର୍ମଚାରୀ ୧୬-୧୭ ଦୁଇ ଦିନିଆ ଧର୍ମଘଟରେ ସାମିଲ ହୋଇ ଧାରଣା ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କ ମନମୁଖି କାର୍ଯ୍ୟ ବିରୋଧରେ ସ୍ଲୋଗାନମାନ ଦେଇଥିଲେ ଏପରିକି ସର୍ବ ଭାରତୀୟ ସ୍ତରରେ ବ୍ୟାଙ୍କ ସେବା ବନ୍ଧ କରିବା ସହ ଆନ୍ଦୋଳନ ତୀବ୍ରହେବ ବୋଲି ବ୍ୟାଙ୍କ କର୍ମଚାରୀ ମାନଙ୍କ ପକ୍ଷରୁ ଚେତାବନୀ ଦେଇଥିଲେ
ସେହିପରି ଜିଲ୍ଲାରେ ଥିବା ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ସମେତ ଅନେକ ବ୍ୟାଙ୍କ ର କର୍ମଚାରୀ ମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା।