ତେନ୍ତୁଳିଖୁଣ୍ଟି – ୨୦/୦୭/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳଗୁମ୍ମା ଲ୍ୟାମ୍ପ ସଭାପତି ଦିଲୀପ ପ୍ରଧାନୀ ନିର୍ବାଚିତ ହେବା ପରେ ଆଜି ଔପଚାରିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉପସଭାପତି ଭାବେ ପ୍ରଭାତୀ କନ୍ଧ ମଧ୍ୟ ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ନେବା ବେଳେ ଲ୍ୟାମ୍ପ ର ନିର୍ଦେଶକ ସୂର୍ଯ୍ୟ ରନ୍ଧାରୀ ସମେତ ଅଧିକାଂଶ ନିର୍ଦେଶକ ଉପସ୍ଥିତ ଥିଲେ। ଚାଷୀ ଙ୍କୁ ଠିକ ସମୟରେ ସାର ଠୁଁ ଆରମ୍ଭ କରି କୃଷି ଋଣଠିକ ସମୟରେ ପ୍ରଦାନ କରି ସାହୁକାର ଙ୍କ ଦାଉରୁ ରକ୍ଷା କରିବା ଦିଗରେ ଧ୍ୟାନ ଦେବେ ବୋଲି କହିଛନ୍ତି।
ତେନ୍ତୁଳିଖୁଣ୍ଟି ରୁ ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ