Uncategorized ପୂଜା ବାଦୀ ଙ୍କ କବିତା ଏଇ ତ ପ୍ରେମ…. by Sunil Chandra NayakJuly 23, 20220109 Share1 ଏଇ ତ ପ୍ରେମ…. ପ୍ରିୟର ପରସ ଲାଗେ ପ୍ରୀତିର ସ୍ପନ୍ଦନ କେବେ ପୁଣି ଲାଗେ ସେତ ଚନ୍ଦ୍ରଭାଗାର ପହିଲି କିରଣ | ଦେଖିଲେ ତାକୁ ଲାଗେ ଯେ ପ୍ରଣୟର ଗୀତି ତା ଶବ୍ଦ ସବୁ ମିଠା ମିଠା ସ୍ୱପ୍ନ ର ସୁମତି | ମୋ ଅନ୍ତଃ ହୃଦୟେ ସ୍ପନ୍ଦନ ର ସ୍ପର୍ଶେ ଛୁଇଁ ଦେଇ ଗଲା ପ୍ରିୟ ମିନତିର ପାଶେ | ସୁନ୍ଦର ତୃପ୍ତି ର ଅବସାଦ ପଛେ ପ୍ରେମର ନୁଆଁ ନୁଆଁ ହୃଦୟ ଯେ ସାଜେ | ନବ ସକାଳ ର ପହିଲି କିରଣ ସୌନ୍ଦର୍ଯ୍ୟ ନୁଆଁ ନୁଆଁ ଲାଗେ ହସ ଖୁସିର ମନ୍ତବ୍ୟ | କେବେ ପୁଣି କୋଣାର୍କ ର ଅମ୍ଲାନ ଭାସ୍କର୍ଯ୍ୟ ଆଉ କେବେ କେବେ ସ୍ରୋତସ୍ପିନୀ ସୁଧାର ମାଧୁର୍ଯ୍ୟ | କେବେ କାହା ସାଙ୍ଗେ ନ ପଡି ଆକର୍ଷଣେ ହୃଦୟେ କିଣିଛି ମୋ ସମୁଦ୍ର ମୁହାଣେ | ପ୍ରେମ ଶାଶ୍ୱତ ଚରିତ୍ର ସ୍ୱତନ୍ତ୍ର ପରିକଳ୍ପନା ପ୍ରେମ ଚିର ଶାଶ୍ୱତ ମନର ଆକାଂକ୍ଷା | ପୂଜା ବାଦୀ ସୁନ୍ଦରଗଡ ହେମଗିର, କନକତୁରା