ଢେଙ୍କାନାଳ :ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କୁ ଯିବା ରାସ୍ତା ରେ ଭୁବନ ଥାନା ସମ୍ମୁଖରେ କାମାକ୍ଷା ନଗର କଳିଙ୍ଗ ଟିଭି ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି ଙ୍କର ଅଜଣା ଗାଡି ଧକା ରେ ଦେହାନ୍ତ ହୋଇ ଯାଇଛି.। ପ୍ରକାଶ ଥାଉ କି କାମାକ୍ଷାନଗର କଳିଙ୍ଗ ଟିଭି ପ୍ରତିନିଧି ଭାବରେ କାର୍ଯ୍ୟରତ ଦୁଷ୍ମନ୍ତ ମହାନ୍ତି ଙ୍କର ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତହୋଇ ପ୍ରଥମେ ଭୁବନ ଓ ପରେ ପରେ କଟକ ବଡ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ଅକାଳ ବିୟୋଗରେ ଭାରତୀୟ ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଭାବରେ ଶୋକ ପ୍ରକାଶ କରାଯାଇଛି । ତତ୍ ସହିତ ଅମର ଆତ୍ମାର ସଦଗତି ନିମନ୍ତେ ସଙ୍ଘ ସଭାପତି ବିମଳ ଥମ୍ବ, ଢେଙ୍କାନାଳ ସାଂସଦ ମହେଶ ସାହୁ ଶୋକ ପ୍ରକାଶ କରିଥିଲେ ।ଦେଓଗାଁ ଠାରେ ଜିଲ୍ଲା ସାମ୍ବାଦିକ ସଂଘ ର ସଂପାଦକ ସତ୍ୟ ଦାସ ଙ୍କ ସମେତ ସମସ୍ତ କର୍ମକର୍ତା, ଗଁଦିଆ ରେ ପୁଷ୍ପଲତା ସାମଲ ଓ ଭୁବନ ରେ ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱ ରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ଏତଦବ୍ୟତୀତ ଭୁବନ ନଗରପାଳ ଶୁଭେନ୍ଦୁ ସାହୁ ପୂର୍ବତନ ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସେ କୁନିନ୍ଦା ପଞ୍ଚାୟତ ରେଣନ୍ଦା ପାଟଣା ଗ୍ରାମ ର ବିରବର ମହାନ୍ତି ଙ୍କ ବଡ଼ ପୁଅ ଅଟନ୍ତି. ଗାଁ ଶ୍ମଶାନ ରେ ଦାହ କରାଯାଇଛି ।ତାଙ୍କ ସାଥି ରେ ଥିବା ଭଉଣୀ ରିଙ୍କିନା ବାରିକ ଗୁରୁତର ଅବସ୍ଥାରେ ଢ଼େଙ୍କାନାଳ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି।
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ