ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟେଡିୟମର ଭିତ୍ତି ପ୍ରସ୍ଥ ସ୍ଥାପନ ଗତ ଡିସେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମାଧ୍ୟମରେ କରିଥିବା ବେଳେ । ଶନିବାର ନୂଆପଡା ଜିଲ୍ଲାର ଦୁଇ ବିଧାୟକ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ କର କମଳରେ ଖଡ଼ିଆଳ ବି ଗ୍ରାଉଣ୍ଡ ଠାରେ ଭିତ୍ତି ପ୍ରସ୍ଥ ସ୍ଥାପିତ ହୋଇ ଯାଇଛି । ଖଡ଼ିଆଳ ଅଞ୍ଚଲରେ ଏମିତି ଷ୍ଟେଡିୟମ ନଥିବାରୁ ନୂତନ ଭାବରେ ୬ କୋଟି ୨୦ ଲକ୍ଷ ଟଙ୍କା ବିନିମୟରେ ନୂତନ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟେଡିମ ତିଆରି ହେଉଥିବାରୁ ଖଡ଼ିଆଳ ଅଞ୍ଚଲ ଖୁସିର ଲହର ଖେଳି ଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ନୂଆପଡା ଡି ଏସ ଓ ଅଜୟ ପଟ୍ଟନାୟକ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଲମ୍ବୋଦର ନିଆଲ, ସାଧାରଣ ସମ୍ପାଦକ ଦିନେଶ ପ୍ରସାଦ ତିୱାରୀ, ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର, ଜିଲ୍ଲା ଶାରୀରିକ କ୍ରୀଡା ନିରୀକ୍ଷକ ମହେଶ ଦଣ୍ଡସେନା, ପିଟି ଶିକ୍ଷକ ରତନ ସିଂ ବାରିକଙ୍କ ସମେତ ଶତାଧିକ ଖେଳ ପ୍ରେମୀ ଯୋଗ ଦାନ ଦେଇଥିଲେ ।(ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ)