ମ,ରାମପୁର,୧/୮(ମସୀହା): କଳାହାଣ୍ଡି ର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ଅଗଷ୍ଟ ଏଗାର ତାରିଖରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ନିଜସ୍ଵ ସଂସଦ ଗୃହରେ ପାଳନ କରାଯିବ। ଏନେଇ ଏକ ପ୍ରସ୍ତୁତି ବୈଠକ ସଂସଦ ର ସଭାପତି ପଦ୍ମ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇ ଯାଇଛି। ସଂପାଦକ ହେମନ୍ତ ସାହୁ ପୂର୍ବ ବୈଠକ ର ବିବରଣୀ ଉପସ୍ଥାପନ କରିଥଲେ। ଚଳିତ ବର୍ଷ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅଗଷ୍ଟ ଦଶ ତାରିଖ ରେ ପ୍ରାଥମିକ ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ,ପ୍ରବନ୍ଧ, ସାଧାରଣ ଜ୍ଞାନ,ଗଳ୍ପ ଲିଖନ ଓ କବିତା ଲିଖନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ ଏଗାର ତାରିଖରେ କଣ୍ଠ ସଙ୍ଗୀତ ଓ ବକୃତା ପ୍ରତିଯୋଗିତା ସହିତ ସ୍ବରଚିତ କବିତା ପାଠୋତ୍ସବ,ସାହିତ୍ୟ ସଭା ଓ ପୁରସ୍କାର ବିତରଣୀ କରାଯିବାକୁ ନିଷ୍ପତ୍ତି ହେଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଉମା ଶଙ୍କର କର ଏବଂ ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ତଥା ଗବେଷକ ଡ. ଦାଶରଥି ଆଚାର୍ଯ୍ୟ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି l ଉକ୍ତ ବୈଠକରେ ପରମାନନ୍ଦ ବିଶି, ସୁଶାନ୍ତ ମିଶ୍ର, ମାନସ ରଞ୍ଜନ ପ୍ରହରାଜ , ମଧୁ ସୂଦନ ସିଂହ, କୀର୍ତ୍ତନ ଘିଭେଲା, ସୁରେନ୍ଦ୍ର ମହାଖୁଡ, ନିରଞ୍ଜନ ମହାରଣା, ନାରାୟଣ ମହାଳିକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତ ପ୍ରକାଶ କରିଥିଲେ ।
ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l