ଫୁଲବାଣୀ -: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡୁରୁକୁମ୍ପା ପଞ୍ଚାୟତ ର ସ୍ଥାନୀୟ ବିଦ୍ୟାଳୟ ଠାରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣା ରୋକିବା ନିମନ୍ତେ ରକ୍ଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ଯେ ରାସ୍ତାରେ ଘଟୁଥିବା ଗାଡ଼ି ଦୁର୍ଘଟଣାକୁ ରୋକା ଯାଇପାରିବା ନିମନ୍ତେ ନିଜେ ସଚେତନତା ହେବା ସହିତ ଅନ୍ୟକୁ ସଚେତନ କରାଇବା ଏବଂ ନିଜେ ରକ୍ଷକ ସାଜି ଦୁର୍ଘଟଣାରୁ ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବା ହେଉଛି ଏହି ରକ୍ଷକ କାର୍ଯ୍ୟକ୍ରମ ର ମହତ ଉଦେଶ୍ୟ କୁ ନେଇ ଆଲୋଚନା ହୋଇଥିଲା। ପାଣିସାଳ ଠାରୁ ସୁଡ୍ରେଜୁ ଅଞ୍ଚଳ ପର୍ଯ୍ୟନ୍ତ ଦୁର୍ଘଟଣା ସ୍ଥାନ ଭାବରେ ଚିହ୍ନଟ ହୋଇଥିବାରୁ ପରିବହନ ବିଭାଗ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇ ସୁଡୁରୁ କୁମ୍ପା ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ଓ ଚାଳକ ମାନେ ଆବଶ୍ୟକ ବିଭିନ୍ନ ନିତି ନିୟମକୁ ମାନି ଗାଡ଼ି ଚଳାଇବା ନିମନ୍ତେ ଆଜିର ଏହି ରକ୍ଷକ ସଚେତନତା କାର୍ଯ୍ୟକ୍ରମରେ ପରିବହନ ବିଭାଗର ମୁଖ୍ୟ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ଜୁନିୟର ଏମ,ଭି,ଆଇ ଟି,ସୌରଭ, ଫିରିଙ୍ଗିଆ ଆଞ୍ଚଳିକ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ବିଭୁତି ଶତପଥୀ,ଲାଇନପଡ଼ା ମହାବିଦ୍ୟାଳୟ ଇତିହାସ ଅଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ,କନ୍ଧମାଳ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପାହାଡ ର ସମ୍ପାଦକ ପଞ୍ଚାନନ ମିଶ୍ର,ସ୍ଥାନୀୟ ସରପଞ୍ଚ ଦଶରଥ ଯାନୀ,ସମାଜସେବୀ ତଥା ସମିତିସଭ୍ୟ ବୈଦ୍ୟନାଥ ବେହେରା,ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ନାଏକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଉପସ୍ଥିତ ଜନସାଧାରଣ ଙ୍କୁ ଭାଷଣ ମାଧ୍ୟମରେ କହି ଅଞ୍ଚଳରେ ସଚେତନତା ସୃଷ୍ଟି କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଞ୍ଚଳର ବୁଦ୍ଧିଜୀବୀ ପ୍ରମୂଖ ଉପସ୍ଥିତ ଥିଲେ।
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ।