ମ,ରାମପୁର,୨୪/୬(ମସୀହା):- ଅଗ୍ନିପଥ ଯୋଜନା ପ୍ରତ୍ୟାଖ୍ୟାନ ,ଭାରତର ସାର୍ବଭୌମତ୍ୱ କୁ ସୁରକ୍ଷିତ ,ଯୁବକ-ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ,ଠିକା ନିଯୁକ୍ତି ପ୍ରଥା ବିଲୋପ କର ଇତ୍ୟାଦି ଦାବିରେ ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଆଜି ମ.ରାମପୁରରେ ସିପିଆଇଏମ ବ୍ରାଞ୍ଚ କମିଟି ତରଫରୁ ଶୋଭାଯାତ୍ରା ବାହାରି ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଶ୍ୱଜିତ୍ ଚାଟାର୍ଜୀ ଙ୍କ ନେତୃତ୍ଵ ରେ ବ୍ରାଞ୍ଚ କମିଟି ସଂପାଦକ ସତ୍ୟ ଜିତ ଚାଟାର୍ଜୀ, ଗଙ୍ଗାଧର ପ୍ରହରାଜ ବିଶେଷ ଭୂମିକା ନିର୍ବାହ କରିଥିବା ବେଳେ ସୁଶିଲ ଭୋଇ, ଦିନ ମାଝୀ, ବ୍ରଜ ମାଝୀ, ରୁଦନା ଭୋଇ, ବାସନ୍ତୀ ରଣା ପ୍ରମୁଖ ଉପସ୍ଥିତ ରହିଥିଲେ ।
ମ.ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l