ରାଉରକେଲା/ ହମ ନିଶାଦ ତରଫରୁ ଶାମ ଏ ରଫି ୨୦୨୨ ର ରୌପ୍ଯ ଜୟନ୍ତୀ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନା ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟ ଅତିଥି ଓ ଇଡି ପି କେ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରଫି ସାହେବଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ଯ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରାରମ୍ଭରେ ସଂଗୀତଜ୍ଞ ନିର୍ମଳା ମିଶ୍ର ଙ୍କ ବିୟୋଗରେ ଏକମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ହମ ନିଶାଦ ର ନିର୍ଦ୍ଦେଶକ ଡଃ ସଂଚିତା ଚୌଧୁରୀଙ୍କ ଅଧ୍ୟକ୍ଷତା ଓ ପ୍ରତିଷ୍ଠାତା ବରିଷ୍ଠ ସଭ୍ୟ ଏମଡି କାଶିମ ଙ୍କ ସଂଯୋଜନାରେ ଗୀତ ପରିବେଷଣ କରାଯାଇଥିଲା। ପରେ ଅନୁଷ୍ଠାନର କଳାକାର ମାନେ ମହମ୍ମଦ ରଫିଙ୍କ ସଂଗୀତ ଗୁଡିକୁ ପରିବେଷଣ କରି ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରାଞ୍ଚିରୁ ଆସିଥିବା ବାଦ୍ୟ ଯନ୍ତ୍ର କଳାକାର ମୁଖ୍ୟ ଆକର୍ଷଣ ଥିଲେ। ଡଃ ସଂଚିତା ଓ କାଶିମ ଗୋଟିକ ପରେ ଗୋଟିଏ ସୁମଧୁର ସଂଗୀତ ପରିବେଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁଚରିତା ମହାନ୍ତି,ହାପିଜ ରାଜା,ଆତିଶ ସରକାର,ଏମ ଆୟନ,ଆର୍ଯ୍ୟନ ସ୍ବାଇଁ, ସୁନିଲ୍ କୟାଲ,ଗୋଲଡି ଅରୋରା, ଶଙ୍କର ବାସୁଦେବନ ପ୍ରମୁଖ ବିଭିନ୍ନ ଗୀତ ରେ କଣ୍ଠଦାନ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମ କୁ ସହଯୋଗ କରିଥିବା କିଛି ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଧାରଣ ଜୀବନରେ ମାନସିକ ଅବସାଦ କୁ ଦୂର କରିବା ପାଇଁ ସଂଗୀତ ର ଆବଶ୍ୟକତା ଉପରେ ଅତିଥି ଗୁରୁତ୍ୱାରୋପ କରିଥିବା ବେଳେ ହମ ନିଶାଦ ଦୀର୍ଘ ୨୫ ବର୍ଷ ଧରି ଏହି କାର୍ଯ୍ୟକ୍ରମ କରୁଥିବାରୁ ସାଧୁବାଦ ଦେଇଥିଲେ। ଶେଷରେ କାଶିମ ଧନ୍ୟବାଦ ଅର୍ପଣ କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ