ନୁଆପଡା ଜିଲ୍ଲା ଖଡ଼ିଆଳ ସଚେତନ ମଞ୍ଚ ୧୨ ଘଣ୍ଟିଆ ଖଡ଼ିଆଳ ବନ୍ଦ ଡାକରା ଦେଇଛି।ଖଡ଼ିଆଳ ସହର ପାଇଁ ବାଇପାସ ରାସ୍ତା ନିର୍ମାଣ ସହ ଟ୍ରାଫିକ ବ୍ୟବସ୍ଥା ର ସୁ ନିୟନ୍ତ୍ରଣ ଦାବି କରିଛି।ଜିଲ୍ଲାର ପ୍ରମୁଖ ସହର ଭାବେ ଥିବା ଖଡ଼ିଆଳ ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନାଗମନ ପାଇଁ ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ଲୋକେ ନିର୍ଭର କରୁଥିବା ବେଳେ ସହର ରେ ଲୋକ ଙ୍କ ଭିଡ଼ ଅଧିକ ହୋଇଥାଏ।ସେହିପରି ଦିନକୁ ଦିନ ଗାଡି ଚଳାଚଳ ମଧ୍ୟ ବୃଦ୍ଧି ପାଇଛି।ସହର ରେ ଏପରି ଭିଡ଼ କୁ ନେଇ ଟ୍ରାଫିକ ବ୍ୟବସ୍ଥା ନ ଥିବା ଓ ସହର ଦେଇ ଯାଇଥିବା ରାସ୍ତା ରେ ଭାରି ଜାନ ଯାତାୟାତ କରୁଥିବା ବେଳେ ବାଇପାସ ରାସ୍ତା ନଥିବା କାରଣ ରୁ ଦୁର୍ଘଟଣା ହେଉଥିବା ବେଳେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବା ରୁ ସଚେତନ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ଖଡ଼ିଆଳ ବନ୍ଦ ଡାକରା ଦିଆଯାଇଛି ।ଏହି ବନ୍ଦ ଡାକରା କୁ ଜନସାଧାରଣ ସମର୍ଥନ ଜଣାଇଥିବା ବେଳେ ଜରୁରୀ ସେବାରେ ଥିବା ଦୋକାନ ଓ ଗାଡି କୁ ଛାଡି ଦେଲେ ସହର ର ସମସ୍ତ ଦୋକାନ ବଜାର ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି। ସହର କୁ ସଂଯୋଗ ଥିବା ରାୟପୁର-କଳାହାଣ୍ଡି – ସିନାପାଲି ଓ ବଲାଙ୍ଗୀର ରାସ୍ତା ରେ ଗାଡି ଚଳାଚଳ ବନ୍ଦ ରହିଛି।ନାଗରିକ ମଞ୍ଚ ପକ୍ଷରୁ ରଖାଯାଇଥିବା ଦୁଇଟି ପ୍ରମୁଖ ଦାବି କୁ ପ୍ରଶାସନ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ପୁଣି ନାଗରିକ ମଞ୍ଚ ରାଜରାସ୍ତା କୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ