ନୂଆପଡ଼ା: ପ୍ରେମ ସମସ୍ତଙ୍କୁ ମିଳିନଥାଏ । କାହାକୁ ମିଳେ ସଫଳତା ତ ଆଉ କାହାକୁ ମିଳିଥାଏ ବିଫଳତା । ଆଜିକାଲି ପ୍ରେମରେ ପଡ଼ିଥିବା ଯୁବପିଢ଼ି କିଛି ବି କରିବାକୁ ପଛାଉନାହାନ୍ତି । ପ୍ରେମରେ ହାରି ଲୋକମାନେ ଜୀବନ ଦେବାକୁ ମଧ୍ୟ ପଛାଉ ନାହାନ୍ତି । ଏହାରି ମଧ୍ୟରେ ରାସ୍ତାକଡ଼ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।ସୂଚନା ଅନୁସାରେ, ବିଜେପୁର-କୁଶମାଲ ରାସ୍ତାକଡ଼ କଛରୁ ମୃତଦେହ ଉଦ୍ଧାର ହୋଇଛି । ଯୁବକ ହେଲେ ଝିତିରିଧୋଡ଼ା ଗ୍ରାମର ପଦ୍ମଚରଣ ତାଣ୍ଡି ବୟସ ୨୪ ବୋଲି କୁହାଯାଏ । କିନ୍ତୁ ମୃତଦେହ ତଳେ ଫୁଲରେ ସଜେଇ ଲେଖାଯାଇଛି ‘ଆଇ ଲଭ ୟୁ’ । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ଶବକୁ ଜବତ କରିବା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ