ଏଇତ ଜୀବନ
ନା ମୁଁ ଜୀବନକୁ ଯନ୍ତ୍ରଣା ମାନୁଛି
ନା ମାନେ ଜୀବନକୁ ଖୁସି,
ଏ ଜୀବନ ତ ନିଜର ନୁହଁ ,
ଜିଇବାକୁ ହେବ ନିଜପାଇଁ କମ୍
ଆନ ପାଇଁ ବେଶି।
ଧନ ଥିଲେ ମାନ ସମ୍ମାନ ଅଛି
ଅଛି ପୁଣି ଆତ୍ମିୟତା,
ଦୁବ ଠାରୁ ଦାରୁ ଯାଏ କରିବେ ଆଦର
ଅନ୍ତଛଡ଼ା ହସଟିକୁ ନିକିଟି ନିକିଟି
ସତେ ମୁଁ ଜୀଅନ୍ତା ବିଧାତା ।
ହାଟ ନାଟ ହେବ ତୁମ ପଇସାରେ
ବାଃ ବାଃ ନିଜ ନାମେ ନେଇ,
ଚୂନ ଟିକେ ଖସିଗଲେ ପାନରେ
ଆମ୍ବିଳା ହୋଇଯାଏ ସ୍ଵାଦ ତେବେ
ପଶ୍ଚିମକୁ ମୁଁହକୁ ବୁଲାଇ ।
ଏବେ ବଞ୍ଚିବୁ ତ ନିଜ ପାଇଁ ବଞ୍ଚ
ଯତ୍ନ ନିଅ ମନ ମନ୍ଦିରର,
ଯୁଗ କହୁଛି ତୁ ଅଢେଇ ଦିନିଆ
ପୁଣି କଣ ପାଇଁ ଏତେ ଲୋଭ
ଇଏ ମୋର ସିଏ ମୋର ।
କେହି ମରିବେନି କାହା ପାଇଁ
ରହିଯିବେ ଆହା ଟିକେ କହି,
ଦୁଇ ଦିନ କାନ୍ଦିବେ ପୁଣି ଭୁଲିଯିବେ
ଦିନ ରାତି ପୂର୍ବ ପରି ହେବ
ଝୁଣ୍ଟିବେନି କେହି କାହା ପାଇଁ।
କେବଳ ପୁଣ୍ୟ ଟି ଯିବ ତୋର ସାଥେ
କର୍ମର ଫଳାଫଳ ଘେନି,
ପାପ ପୁଣ୍ୟର ଭାଗୀଦାର କେହି ହେବେ ନାହିଁ
ଲୋକ ଦେଖାଣିଆ ସେବା,ଅନ୍ତେଷ୍ଟୁ କ୍ରିୟା
ଆଉ ଦିବ୍ୟ ଭୋଜନ ନାମ ନେବା ପାଇଁ।
ଅଚ୍ୟୁତାନନ୍ଦ ଧଳ
ଶାସନ ଖାସ୍, ତିହିଡି , ଭଦ୍ରକ