ବାଲେଶ୍ଵର,୦୬/୭/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତରେ ଅକସ୍ମାତ ଗଡିଲା ଘରର କାନ୍ଥ । ଖବର ସଂଗ୍ରହରୁ ଜଣାଯାଇଛି ଉକ୍ତ ପଞ୍ଚାୟତର କୃଷ୍ଣଦାସପୁର ଗ୍ରାମର ନାରାୟଣ ଦାସ ଘରେ ଥିବା ସମୟରେ ପ୍ରାୟ ୨୫ ଫୁଟ ଲମ୍ବର ମାଟି କାନ୍ଥଟି ଗଡିପଡିଥିଲା । ଏଥିସହିତ ଘରର ଆଜବେଷ୍ଟସ୍ ମଧ୍ୟ ଭାଙ୍ଗିଛି । ଭାଗ୍ୟ ବଶତଃ କାହାରି କିଛି କ୍ଷତି ହୋଇନଥିବା ଜଣାଯାଇଛି । ଦିନ ପ୍ରାୟ ୧୨ ଘଟିକା ସମୟରେ ଖବରପାଇ ଗଣ୍ଡିବେଡ ରାଜସ୍ବ କାର୍ଯ୍ଯାଳୟର ଭାରପ୍ରାପ୍ତ ଆର ଆଇ ମନୋଜ କୁମାର ବିଶ୍ବାଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଯଦିଓ ଲଘୁଚାପ ଜନିତ ବର୍ଷା ଲାଗି ରହିଛି ତଥାପି କୌଣସି କାରଣ ନଥାଇ ଅକସ୍ମାତ କାନ୍ଥ ଗଡିପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଵୋଧ ହୋଇଛି । ଭାରପ୍ରାପ୍ତ ଆର ଆଇ ଶ୍ରୀ ବିଶ୍ବାଳ ଘଟଣା ସ୍ଥଳରୁ ଫେରିବା ପରେ ସରକାରଙ୍କ ତରଫରୁ ମିଳୁଥିବା ପଲିଥିନ ଶ୍ରୀ ଦାସଙ୍କୁ ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଠାରୁ ଖବରପାଇ ସରପଞ୍ଚ ବନିତା ପ୍ରଧାନଙ୍କ ପ୍ରତିନିଧି ତଥା ସମାଜସେବୀ ବିଶ୍ବଭୂଷଣ ପ୍ରଧାନ ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ପଲିଥିନ ପ୍ରଦାନରେ ରାଜସ୍ବ କାର୍ଯ୍ୟାଳୟକୁ ସହଯୋଗ କରିଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ