ଢ଼େଙ୍କାନାଳ -: ଆଜି ବିଧାୟିକା ସୀମା ରାଣୀ ନାୟକ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ର ନିଜିଗଡ ଏବଂ ପାରିକୂଳ ଜିଲ୍ଲାପରିଷଦ ଜୋନର,ବାଉଁଶ ପୋଖରୀ,କନ୍ତାମିଲା,ହାତୁରା,କଂସରା ଏବଂ ଗୁଲେହି ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ଲୋକ ମାନଙ୍କ ସହିତ ଆଲୋଚନା କରି ତାଙ୍କର ମୌଳିକ ତଥା ବ୍ୟକ୍ତିଗତ ଏବଂ ସାମୂହିକ ସମସ୍ୟାକୁ ବୁଝି ଥିଲେ। NREGS ମାଧ୍ୟମରେ ଅନୁନ୍ନତ ରାସ୍ତା,ବିଛିନ୍ନ ରାସ୍ତା ଏବଂ ପୋଲ ନିର୍ମାଣ ପାଇଁ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ।ସମସ୍ତ ପଞ୍ଚାୟତର 5T ସ୍କୁଲ ଗୁଡ଼ିକୁ ବୁଲି ଦେଖିବା ସହ ପିଲା ଏବଂ ଶିକ୍ଷକଙ୍କ ସହ ସ୍କୁଲର ଉନ୍ନତିକରଣ ବିଷୟରେ ଆଲୋଚନା ସହ ରୂପାନ୍ତରୀକରଣ କାର୍ଯ୍ୟକୁ ଦେଖି ଆନନ୍ଦିତ ହୋଇଥିଲେ।ଆଗାମୀ ଦିନରେ ସମସ୍ତ ସ୍କୁଲ ଗୁଡିକ ର ରୂପାନ୍ତରୀକରଣ କରିବା ପାଇଁ ପ୍ରତିଶୃତିବଦ୍ଧ ହୋଇଥିଲେ ।ଏହା ପରେ କନ୍ତିମିଲି ପଞ୍ଚାୟତର କୁମୁରସିଂଙ୍ଗା ଗ୍ରାମରେ ହାତି ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ସମବେଦନା ଜଣାଇବା ସଙ୍ଗେ ସରକାରଙ୍କ ଦ୍ଵାରା ମିଳିବାକୁ ଥିବା ୪ଲକ୍ଷ କ୍ଷତିପୂରଣ ରାଶି ପାଇବାର ବ୍ୟବସ୍ଥା କରାଇଛି।ଏବଂ କୁମୁରୁସିଂଙ୍ଗା ଗ୍ରାମରେ ଲୋକ ମାନଙ୍କ ସହିତ ତାଙ୍କ ସୁଖ ଦୁଃଖ ବୁଝି ତାଙ୍କର ବହୁ ଦିନର ଦାବି ଥିବା ରାସ୍ତା କୁମୁରୁସିଂଙ୍ଗାରୁ ଦୁଦୁରକୋଟ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ନିର୍ମାଣ କରିବା ପାଇଁ ମୋ ବିଧାୟିକା ହାତ ପାଣ୍ଠିରୁ ରାଶି ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ।ଏହି ସୁନ୍ଦର କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମତି ସଭ୍ଯ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଶ୍ମିତାରାଣୀ ନାୟକ, ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡ଼ି ସଭାପତି ବରୁଣ ସର,ଏନଏସି ଯୁବ ବିଜେଡ଼ି ସଭାପତି ରୁଦ୍ର ନାରାୟଣ ପ୍ରସାଦ ଦାସ, ବ୍ଲକ ଛାତ୍ର ବିଜେଡ଼ି ସଭାପତି ପରେଶ ରାଉତ, ବ୍ଲକ ଯୁବ ବିଜେଡି ଉପସଭାପତି ରାମଚନ୍ଦ୍ର ଆଚାର୍ଯ୍ଯ, ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ସୁବ୍ରତ ଆଚାର୍ଯ୍ଯ, ଜିଲ୍ଲା ବିଜେଡ଼ି ସମ୍ପାଦକ ଅକ୍ଷୟ କୁମାର ସାହୁ,ଆତ୍ମା ଅଧ୍ୟକ୍ଷ ପ୍ରଦିପ କୁମାର ସାହୁ,ଗୌତମ ସାହୁ,ସନ୍ତୋଷ କୁମାର ସାହୁ,ମନୋଜ ସାହୁ,କିଶାନ ପଟ୍ଟନାୟକ,ଦୁଃଶାସନ ନାୟକ ଆଦି ଦଳୀୟ ପଦାଧିକାରୀ ଓ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।
ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍