ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

“ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକ ମାନଙ୍କ ଭୂମିକା “ସମ୍ପର୍କିତ ଆଲୋଚନା ଚକ୍ର

  • ନବରଙ୍ଗପୁର , ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନଙ୍କୁ ନେଇ ପ୍ରଥମ ଥର ପାଇଁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଡ଼କ୍ଟର କମଳ ଲୋଚନ ମିଶ୍ର ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ , ପି ଡି ଡିଆରଡିଏ ରତ୍ନାକର ସାହୁ , ମୁଖ୍ୟବକ୍ତା ରୂପେ ଡ .ବିଜୟ କୁମାର ମିଶ୍ର ଯୋଗ ଦେଇଥିଲେ । ଆଲୋଚନାର ମୁଖ୍ୟ ବିଷୟବସ୍ତୁ ” ସାଂପ୍ରତିକ ପରିସ୍ଥିତିରେ ସାମ୍ବାଦିକମାନଙ୍କ ଭୂମିକା ” ଉପରେ ଆଲୋଚନା ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ସାମ୍ବାଦିକ ମାନେ ଖବର ପରିବେଷଣ କିମ୍ବା ଅନୁସନ୍ଧାନ , ଦୁର୍ନୀତି ଖବର ପରିବେଷଣ କରିବା ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଆଲୋକପାତ କରିଥିଲେ ।    ଜିଲ୍ଲାର ସାମ୍ବାଦିକ ମାନଙ୍କର ସମସ୍ୟା ସହ ଜିଲ୍ଲାର ଥିବା ବିଭିନ୍ନ ସମସ୍ୟା ଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ । ନବରଙ୍ଗପୁର ସଦମହକୁମାରେ ଠାରେ ଏକ ଅଡିଟୋରିୟମ , ସହର ମଧ୍ୟରେ ଶୌଚାଳୟ ନିର୍ମାଣ ସହ ବିଭିନ୍ନ ପାର୍କ ଗୁଡ଼ିକର ଉନ୍ନତିକରଣ କରିବା ପାଇଁ ଅନୁରୋଧ କରିଥିଲେ । ସାମ୍ବାଦିକ ମାନଙ୍କ କିଛି ସମସ୍ୟା ଓ ଦାବୀ ଗୁଡ଼ିକୁ ରାଜ୍ୟ ସରକାର ନିକଟରେ ବା ରାଜ୍ୟ ସରକାରଙ୍କ କ୍ଷମତା ଭିତରେ ଉପସ୍ଥାପନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିବା ସହ ମୋର ସକାଳ ଆପଣଙ୍କ ଖବର ରୁ ଆରମ୍ଭ ହୁଏ । ଆପଣଙ୍କ ଖବର କାଗଜ କିମ୍ବା ବୈଦୁତିକ ଖବର ରେ ପ୍ରସାରିତ ସମସ୍ୟା , ଅଭିଯୋଗ ଓ ଦାବି ଆସୁଛି ସେଗୁଡ଼ିକର ତଦନ୍ତ ପାଇଁ ସଂପୃକ୍ତ ଅଧିକାରୀଙ୍କୁ ସମାଧାନ କିମ୍ବା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳ ଡ଼ କମଳ ଲୋଚନ ମିଶ୍ର କହିଛନ୍ତି । ସାମ୍ବାଦିକତା ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସାମ୍ବାଦିକତା କୁ ବାଦ ଦେଇ କିଛି ଚିନ୍ତା କରାଯାଇ ପାରିବ ନାହିଁ । ସାମ୍ବାଦିକ ମାନଙ୍କ ସହ ଜିଲ୍ଲା ପ୍ରଶାସନର ସମସ୍ତ ସହଯୋଗ ଓ ସହାନୁୂଭୁତି ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ । ଜିଲ୍ଲା ସାମ୍ବାଦିକ ମାନଙ୍କ ସହଯୋଗ ନିତ୍ୟନ୍ତ ଆବଶ୍ୟକ । ପ୍ରଶାସନ ଓ ସାମ୍ବାଦିକ ମାନଙ୍କ ମଧ୍ୟରେ କିଛି ମତାନ୍ତର ରହିଥାଏ । ସେଗୁଡିକୁ କଥାବାର୍ତ୍ତା କିମ୍ବା ଆଲୋଚନା ମାଧ୍ୟମରେ ସମାଧାନ କରିବା ସହ ଜିଲ୍ଲାର ଉନ୍ନତି ପାଇଁ ଆମେ ସବୁ ଚେଷ୍ଟିତ ହେବାର ଆବଶ୍ୟକତା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଭସ୍କର ରଇତ କହିଥିଲେ ।ଜିଲ୍ଲାର ସାମ୍ବାଦିକ ମାନେ ସବୁବେଳେ ପ୍ରଶାସନକୁ ସହଯୋଗ କରି ଆସୁଛନ୍ତି । ଖବର ପରିବେଷଣ କରି ପ୍ରଶାସନକୁ ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଛନ୍ତି ବୋଲି ପି ଡି ଡି ଆର ଡି ଏ ରତ୍ନାକର ସାହୁ କହିଥିଲେ । ଉକ୍ତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ରେ ଜିଲ୍ଲା ଓୟୁଜେ ସାମ୍ବାଦିକ ସଂଘର ସଭାପତି ସୁଶାନ୍ତ ବେହେରା , ସମ୍ପାଦକ ବାରିଜ ପଟ୍ଟନାୟକ , ଉପ ସଭାପତି କିଶୋର ପଟ୍ଟନାୟକ , ସଂଘଠାନିକ ସମ୍ପାଦକ ଏ.ସତିଶ , ଗୌରାଙ୍ଗ ପାତ୍ର , ଶ୍ରୀଧର ପାତ୍ର , ସ୍ଵାଧୀନ କୁମାର ପଟ୍ଟନାୟକ , ରାମ ଚନ୍ଦ୍ର ଦଳେଇ , ନବ ବିଶୋଇ , ମଧୁସୂଦନସାହୁ , ଇଶ୍ଵର ରାଓ , ଓଜେୟୁ ସଂଘର ସଭାପତି ବାଙ୍କ ବିହାରୀ ବିଷୋୟୀ , ମିଟୁ ପଟ୍ଟନାୟକ , ବାପି ତ୍ରିପାଠୀ , ଏସ ୟୁ ଜେ ସାମ୍ବାଦିକ ସଂଘ ସଂପାଦକ ସଦାଶିବ ପ୍ରହରାଜ , ଆଦିତ୍ୟ ସାହୁ ସମେତ ଜିଲ୍ଲାର ୭୦ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥି ,ସମ୍ମାନିତ ଅତିଥି ଗଣ ଓ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏ କାର୍ଯ୍ୟରେ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ର ରାଜେନ୍ଦ୍ର ମାଝି , ନୀଳ ଗୌଡ଼ , ସନ୍ତୋଷ ରାଓ ପ୍ରମୁଖ ସହଯୋଗ କରିଥିଲେ ।ମଧୁସୂଦନ ସାହୁ ନବରଙ୍ଗପୁର

Related posts

ରାଜନଗର ବ୍ଲକ ଯାଦବ ମହାସଂଘ ପକ୍ଷରୁ ସମ୍ମିଳନୀ ଓ ନୂତନ କାର୍ଯ୍ୟକାରିଣୀ ବୈଠକ ରେ ଯୋଗ ଦେଲେ ରାଜ୍ୟ ଓ ଜିଲ୍ଲା ନେତୃମଣ୍ଡଳୀ

Sunil Chandra Nayak

କୃପାସିନ୍ଧୁ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

Sunil Chandra Nayak

ଆଶା ଦେଖାଇଲେ ଆଶା, ବିଜେଡି ଗଡରେ ହାତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort