ଭବାନୀପାଟଣା:୧୦/୮- ମ.ନି.ସ:– ଅଖିଳ ଭାରତୀୟ ମାରଓ୍ବାଡୀ ମହିଳା ସମ୍ମିଳନୀ ଭବାନୀପାଟଣା ଶାଖା ପକ୍ଷରୁ ମହିଳା ଶାଖାର ସଭାପତି କୁସୁମ ଅଗ୍ରୱାଲ, ସେକ୍ରେଟାରୀ ଅନୀତା ଅଗ୍ରୱାଲ ଓ ଅଙ୍ଗଦାନ, ଆଖିଦାନ, ରକ୍ତଦାନ ବିଭାଗ ର ମୂଖ୍ୟ ବବିତା ଗୁପ୍ତା, କିରଣ ଅଗ୍ରୱାଲ, ଏବଂ କବିତା ଖେତାନ ପ୍ରମୁଖ ଏକତ୍ରିତ ଭାବରେ ସତ୍ଯସାଇ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ଓ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିକଟକୁ ଯାଇଥିଲେ। ସେଠାରୁ ସରସ୍ବତୀ ଶିଶୁମନ୍ଦିର ବାଲାଜୀ ବିହାରକୁ ମଧ୍ୟ ଯାଇ ସେଠାରେ ଥିବା ୮ ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଚକ୍ଷୁ ଦାନ, ଅଙ୍ଗଦାନ, ଏବଂ ରକ୍ତଦାନ ବିଷୟରେ ସମସ୍ତ ସୂଚନା ଦେଇ ସଚେତନତା ସୃଷ୍ଟି କରିଥିଲେ। ଏହାସହିତ ସମସ୍ତ ପିଲାମାନଙ୍କୁ ସବୁଜ ବ୍ଯାଜ୍ ଲଗାଇ ଉତ୍ସାହିତ କରିଥିଲେ। ଏହାସହିତ ସେଠାରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କୁ ସବୁଜ ବ୍ଯାଜ୍ ମଧ୍ୟ ପ୍ରୟୋଗ କରାଯାଇ ଥିବାବେଳେ ମାରଓ୍ବାଡୀ ମହିଳା ସମିତିର ଉକ୍ତ କାର୍ଯ୍ଯକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସହଯୋଗ କରିଥିଲେ। ଏହା ସହିତ ମାରଓ୍ବାଡୀ ମହିଳା କମିଟି ପ୍ରଶଂସିତ ପାଇଥିଲା। ପିଲାମାନେ ମଧ୍ୟ ବହୁତ ଉତ୍ସାହ ରହିଥିବା ଦେଖାଦେଇଥିଲା। ଛାତ୍ରଛାତ୍ରୀ ମାନେ ମାରଓ୍ବାଡୀ ମହିଳା କମିଟିର ସଭ୍ଯା ମାନଙ୍କୁ ପ୍ରଶ୍ନ ମଧ୍ୟ ପଚାରିଥିଲେ କମିଟି ତରଫରୁ ମଧ୍ୟ ସନ୍ତୋଷ ଜନକ ଉତ୍ତର ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଇଥିଲା ଏବଂ ସେମାନେ ଆମର ଉତ୍ତର ରେ ସନ୍ତୋଷ ମନେ କରୁଥିଲେ ବୋଲି ମାରଓ୍ବାଡୀ ମହିଳା କମିଟି ତରଫରୁ ପ୍ରକାଶ କରାଯାଇଥିଲେ।
ଭବାନୀପାଟଣା ରୁ କିଷନ କୁମାର ଶର୍ମା ଙ୍କ ରିପୋର୍ଟ