ନୂଆପଡା: ନୂଆପଡା ଜ଼ିଲ୍ଲା ଖଡ଼ିଆଳ ରାଜା ଏଟି ହାଇସ୍କୁଲ ଖେଳ ପଡିଆରେ ପାଞ୍ଚ ଦିନଧରି ଜିଲ୍ଲା ସ୍ତରୀୟ ଆଠଟି କ୍ରିକେଟ ଟିମକୁ ନେଇ ହୋଇ ଆସୁଥିବା ଜୟ ଭାରତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ଗଇରୀ କ୍ରିକେଟ ଟିମ ଭବାନୀପାଟଣା ଟିମକୁ ହରାଇ ବିଜୟୀ ହୋଇଛି । ଜୟ ଭାରତ କ୍ରିକେଟ କ୍ଲବ ଦ୍ୱାରା ଅନୁଷ୍ଠିତ ହୋଇଥିବା ଟି ୨୦ କ୍ରିକେଟ ଖେଳ ଗୁରୁବାର ଫାଇନାଲ ଖେଳ ଭବାନୀପାଟଣା ରାଇସିଂ କ୍ଲବ ଓ ଗଁଅରି କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭବାନୀପାଟଣା ଦଳ ପ୍ରଥମେ ବ୍ୟଟିଙ୍ଗ କରି ନିର୍ଦ୍ଧାରିତ ୨୦ ଓଭେରରେ ୧୧ ଉଇକେଟ ହରାଇ ୯୭ ରନ କରିଥିବା ବେଳେ ଗଁଅରି ଦଳ ୪ ୱକେଟରେ ବିଜୟୀ ହୋଇଥିଲେ । ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବରେ ଶକ୍ତି ଓ ଗୃହ ମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ର ଯୋଗଦାନ କରି ବିଜେତା ଦଳକୁ ଟ୍ରଫି ସହ ୩୧ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଉପବିଜେତା ଦଳକୁ ଟ୍ରଫି ସହ ୨୧ ହଜାର ଟଙ୍କା ପ୍ରଦାନ କରିଥିଲେ ଅନ୍ୟତମ ଅତିଥି ଭାବରେ ଖଡ଼ିଆଳ ଆଇ ଆଇସି କୈଳାଶ ସେଠି, ଜୟ ଭାରତ କ୍ରିକେଟ କ୍ଲବର ସଭାପତି ମିଳନ ଯାଦବ, ଦିନେଶ ତିୱାରୀ, ମନୋଜ ଦୀପ ଯୋଗଦାନ କରିଥିବା ବେଳେ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନଙ୍କ ରିପୋର୍ଟ
previous post