- ନୂଆପଡ଼ା -ପଂଚାୟତ ନିର୍ବାଚନରେ ବିଭିନ୍ନ ବର୍ଗର ସଂରକ୍ଷଣକୁ ଉଚ୍ଛେଦ କରାଯାଇଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି । ଏନେଇ ଆଜି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ବିଡ଼ିଓଙ୍କୁ ଦାବିପତ୍ର ଦେଇଛନ୍ତି । ସୁଚନା ଥାଉକି ଖଡିଆଳ ବ୍ଲକର ମାଣ୍ଡୋସିଲ ଏବଂ ନେହେନା ପଂଚାୟତ ପାଇଁ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇଥିଲା । ହେଲେ ନୂତନ ସଂଶୋଧ ସଂରକ୍ଷଣ ତାଲିକାରେ ଏହି ୨ ପଂଚାୟତକୁ ସର୍ବସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଅଛି । ଏହାକୁ ବିରୋଧ କରି ଏବଂ ପୁନଃ ଅନୁସୂଚିତ ଜାତୀଙ୍କ ପାଇଁ ସଂରକ୍ଷଣ ରଖିବାକୁ ମାଣ୍ଡୋସିଲ ଗ୍ରାମ ପଂଚାୟତ, ନେହେନା ଗ୍ରାମ ପଂଚାୟତ ସମେତ ଦଳିତ ଅଧିକାର ମଂଚ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏନେଇ ଖଡିଆଳ ବିଡିଓ ନାରାୟଣ ସାହୁଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଜିର ଏହି ଆନ୍ଦୋଳନରେ ଦଳିତ ଅଧିକାର ମଂଚର ରାଜ୍ୟ ସଭାପତି କମଳ ଚରଣ ତାଣ୍ଡି, ମନୋଜ ସୁନାନୀ, ବାସୁଦେବ ପାନଙ୍କ ସମେତ ଶତାଧିକ ପୁରୁଷ ମହିଳା ସାମିଲ ଥିଲେ । ସୁଜିତ କୁମାର ପ୍ରଧାନଙ୍କ ନୂଆପଡା ରୁ ରିପୋର୍ଟ
previous post
next post