ଭାରତୀୟ ରେଳ ବିଭାଗ ସାରା ବିଶ୍ୱରରେ ସବୁଠାରୁ ବଡ ରେଳ ନେଟୱର୍କ ତାଲିକାରେ ରହିଛି । ପ୍ରତିଦିନ ଦେଶର କୋଟି କୋଟି ଲୋକ ଯାତ୍ରୀ ରେଳରେ ଯାତ୍ରା କରିଥାନ୍ତି । ଏହି ଯାତ୍ରୀଙ୍କ ମଧ୍ୟରେ ଅନେକ ଛୋଟ ପିଲାମଧ୍ୟ ରହିଥାନ୍ତି । ପୂର୍ବରୁ ରେଳ ବିଭାଗ ତରଫରୁ ୧ ରୁ ୫ ବର୍ଷ ମଧ୍ୟରେ ଛୋଟ ପିଲାଙ୍କ ପାଇଁ ଟିକେଟର ପ୍ରାବଧାନ ନଥିଲା । ହେଲେ ଏବେ ରେଳ ମନ୍ତ୍ରଣାଳୟ ତରଫରୁ ଏହି ନିୟମର ପରିବର୍ତ୍ତନ କରାଯାଇଛି । ଏବେ ରେଳ ମନ୍ତ୍ରଣାଳୟ ତରଫରୁ ରିଜର୍ଭ ବୁକିଂ ଉପରେ ଏହି ବୟସର ପିଲାମାନଙ୍କୁ ସାମିଲ କରିଛନ୍ତି । ଅର୍ଥାତ ଆପଣ ଯଦି ଆପଣଙ୍କର ଛୋଟ ପିଲାଙ୍କୁ ନେଇ ରିଜରର୍ଭେସନ ବଗିରେ ଯାଉଛନ୍ତି ତେବେ ସେମାନଙ୍କ ପାଇଁ ମଧ୍ୟ ପୁରା ଟିକେଟ ବୁକିଂ କରିବାକୁ ପଡିବ । ଯାହାକି ଏପର୍ଯ୍ୟନ୍ତ ନିଶ୍ଳୁକ ଥିଲା ।ସେପଟେ ରେଳ ମନ୍ତ୍ରଣାଳୟର ଏଭଳି ନିଷ୍ପତ୍ତିକୁ ସମାଜବାଦୀ ପାର୍ଟି ବିରୋଧ କରିଛି । ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଏକ ଟ୍ୱିଟ କରି କହିଛନ୍ତି କି ବିଜେପି ସରକାର ୧ ବର୍ଷର ପିଲାଙ୍କ ପାଇଁ ବି ରେଳ ଟିକେଟ ବାଧ୍ୟତାମୂଳକ କରିଛି ଧନ୍ୟବାଦ ଦିଅ କି ଗର୍ଭରେ ଥିବା ପିଲା ଉପରେ ଟିକେଟ ଲଗାଇ ନାହାଁନ୍ତି ।କହିରଖୁ କି, ଏପର୍ଯ୍ୟନ୍ତ ୧ ରୁ ୫ ବର୍ଷର ପିଲାଙ୍କ ପାଇଁ ରେଳ ବିଭାଗର କୌଣସି କାଟାଗୋରୀ ସିଟ ପାଇଁ ଟିକେଟ ଲାଗୁ ନଥିବା ବେଳେ ୫ ରୁ ୧୧ ବର୍ଷର ପିଲାଙ୍କ ପାଇଁ ଟିକେଟ ବୁକିଂ ବେଳେ କିଛି ଅପ୍ସନ ମିଳୁଥିଲା । ଏଥିରେ ରହିଥିଲା କି ଯଦି ଆପଣ ୫-୧୧ ବର୍ଷ ମଧ୍ୟରେ ପିଲାଙ୍କ ପାଇଁ ପୁରା ବର୍ଥ ନେଉଛନ୍ତି ତେବେ ଆପଣଙ୍କୁ ପୁରା ଟିକେଟ କରିବାକୁ ପଡୁଥିଲା।ଯଦି ଆପଣ ବର୍ଥ ନନେଉଛନ୍ତି ତେବେ ଆପଣଙ୍କୁ ଅଧା ଟିକେଟ କରିବାକୁ ପଡୁଥିଲା ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…