ଧର୍ମଗଡ଼ ଏନଏସି ସଭାଗୃହ ଠାରେ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ରେ ମଞ୍ଚ ସଞ୍ଚାଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କମିଟି, ମା ଭଣ୍ଡାର ଘରଣୀ ଙ୍କ କଳସ ଯାତ୍ରା ଓ ବିଭିନ୍ନ କମିଟି ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଧର୍ମଗଡ଼ ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଧର୍ମଗଡ଼ ଉପଜିଲ୍ଲାପାଳ ବେଦଭୂଷଣ,ଧର୍ମଗଡ଼ ଏନଏସି ଉପାଧ୍ୟକ୍ଷା ମନିଶା ମିଶ୍ର ମଞ୍ଚାସିନ ଥିଲେ । ଆସନ୍ତା ଜାନୁୟାରୀ ୭ ତାରିଖ ଦିନ ଅନୁଷ୍ଠିତ ହେବା ପାଇଁ କମିଟି ସ୍ଥିର ହୋଇଥିଲା। ଉତ୍ସବ ପାଳନ ପାଇଁ ବିଭିନ୍ନ ଉପକମିଟି ର ଅଧ୍ୟକ୍ଷ ପଦବୀ ମନୋନୀତ କରାଯାଇଥିଲା।