ରାଧା ବିନା କାହ୍ନ। ଅଧା
ରାଧା ନାମ ଦୁଇ କୃଷ୍ଣ ନାମ ଦୁଇ
ଦୁହେଁ ଦୁହିଁଙ୍କ ର ପାଇଁ
ରାଧା ପରା ଅଟେ ଭକ୍ତିର ଧାରାଟେ
ନିନ୍ଦା ବାଜଣାକୁ ସହି
ପ୍ରେମାମୃତ ସିଏ ଯୁଗ ଯୁଗ ପାଇଁ
ଯାଉଛି କାଳିନ୍ଦୀ କହି
ରାଧା ନାମ ଦୁଇ କୃଷ୍ଣ ନାମ ଦୁଇ
ଦୁହେଁ ଦୁହିଁଙ୍କର ପାଇଁ…………….
ଏମିତି ପ୍ରାବଲ୍ୟ ଧାରା ଟିଏ ରାଧା
ବହିଗଲା ଧାର ଧାର
ଯମୁନା ତୁହି ଲୋ ସାକ୍ଷୀପରା ଅଟୁ
ଏହି କଦମ୍ବ ବନର
କେତେ ସହିଅଛି ଜାତନା ଜୀବନେ
ଦେଖିଛି ଏ ଭାଣ୍ଡ ମୋର
ବୃଷଭାନୁ ଙ୍କର ଅଲିଅଳି ଜେମା
ଛୁଟିଛି ଲୁହର ଧାର
କାହିଁକି ଗୋ ତୁମେ ମଉନେ ମଗନେ
ଏମିତି ଯାଇଛ ରହି
ରାଧା ନାମ ଦୁଇ କୃଷ୍ଣ ନାମ ଦୁଇ
ଦୁହେଁ ଦୁହିଁଙ୍କର ପାଇଁ……………..
ଶେଷରେ କରିଲ ପ୍ରଭାଷ ଜାଗ ହେ
ମନେ ମୁଁ ପଡିଲି ନାହିଁ
ସହିପାରିଲିନି ଅପମାନ ମୁହିଁ
ଜାଗରେ ପଡିଲି ଡେଇଁ
ଚନ୍ଦ୍ରବଳୀ ଗଲା ମୁଁ ବିତ ଗଲି
ରାଧା ବିନା ତୁମେ ଅଧା
ଅଧା ଗଢ଼ା ଦିଅଁ କିଛି ବା ନ କୁହ
କରିପାରିବନି ବିଦା
କାଳ କାଳ ପାଇଁ ସ୍ବାକ୍ଷର ହୋଇଛି
ରହିଥିବି ମୁଁଜେ ଚାହିଁ
ରାଧା ନାମ ଦୁଇ କୃଷ୍ଣ ନାମ ଦୁଇ
ଦୁହେଁ ଦୁହିଁଙ୍କର ପାଇଁ…………..
ସିତାଂଶୁ ଜେନା